ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର): ହିଞ୍ଜିଳିକାଟୁ ଆଜି ମଧ୍ୟାହ୍ନ ରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସାମ୍ନା ରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କିରୋସିନ ବୋଝେଇ ଟ୍ରକ (ଓଡି୧୫ ଏ ୧୦୧୪)ଧକ୍କାରେ ନକୁଳ ଭୂଇଁ। (୭୫) ନାମକ ଜଣେ ବୃଦ୍ଧ ଆହତ ହୋଇଛନ୍ତି। ବୃଦ୍ଧଜଣକ କୌଣସି କାମ ରେ ବଜାର ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଶିକାର ହୋଇଛନ୍ତି।
ଗୁରୁତ୍ଵ ଅବସ୍ଥା ରେ ବୃଦ୍ଧଙ୍କୁ ସ୍ଥାନୀୟ ଯୁବକ ମାନେ ହିଞ୍ଜିଳି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ବୃଦ୍ଧିଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଥିବା ବେଳେ ଦୁର୍ଘଟଣା ଘଟାଇଥିବା କିରୋସିନ ବୋଝେଇ ଟ୍ରକକୁ ସ୍ଥାନୀୟ ପୁଲିସ ଅଟକ ରଖିଛି।