“ନିୟତି “ରେ ଭିନ୍ନକ୍ଷମଙ୍କ ବୌଦ୍ଧିକ ଓ ମାନସିକ ଅନଗ୍ରସର ସମ୍ପର୍କିତ ଆଲୋଚନା କର୍ମଶାଳା

0
79

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ ରାଜୁ): ଭିନ୍ନକ୍ଷମଙ୍କ ପାଇଁ ସେବାରତ ତଥା କାର୍ଯ୍ୟରତ ଅନୁଷ୍ଠାନ “ନିୟତି” ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ରାଣୀପେଣ୍ଠ ଗ୍ରାମରେ ଥିବା ନୀୟତି” ଅନୁଷ୍ଠାନ ପରିସରରେ ଭିନ୍ନକ୍ଷମଙ୍କ ବୌଦ୍ଧିକ ଓ ମାନସିକ ବିକାଶ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ନିୟତୀ ଅନୁଷ୍ଠାନର ସଭାପତି ଡ଼ଃ ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଶାନ୍ତନୁ କୁ ପାଢ଼ୀ (ଶଲ୍ୟ ଚିକିତ୍ସା ବିଶେଷଜ୍ଞ ) ଏବଂ ସମ୍ମାନୀତ ଅତିଥି ରୂପେ ରବୀନ୍ଦ୍ରନାଥ ବେହେରା (ଜିଲ୍ଳା ସମାଜିକ ସୁରକ୍ଷା ଓ ସଶକ୍ତି କରଣ ଅଧିକାରୀ), ଅରୁଣ କୁମାର ତ୍ରିପାଠୀ (ଜିଲ୍ଳା ଶିଶୁ ସୁରକ୍ଷା-ଅଧିକାରୀ), ସ୍ୱତନ୍ତ୍ର ଅତିଥି ଭାବେ ମୁଖ୍ୟ ସମ୍ବଳ କର୍ମୀ ତଥା ୟୁନିସେଫ ର ରାଜ୍ୟ ସଂଯୋଜିକା ସରିତା ବେହେରା ପ୍ରମୁଖ ମଞ୍ଚସିନ ଅତିଥି ଭାବେ ଯୋଗ ଦେଇ ବୌଦ୍ଧିକ ଓ ମାନସିକ ଅନଗ୍ରସରତା ର ରହିଥିବା କାରଣ ଓ ନିରାକରଣର ବିଭିନ୍ନ ଦିଗ ଉପରେ କହି ଏହା କିଭଳି ଭାବେ ମଣିଷର ଅନିଚ୍ଛାକୃତେ ରୋଗ ଭିତରକୁ ଟାଣି ନେଇଥାଏ , ତାହା ବୁଝାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରିସୋର୍ସ ପର୍ଶନ୍ ଭାବେ ଭୁବନେଶ୍ୱରରୁ ଆସିଥିବା ମହମ୍ମଦ ଏମ୍ରନ ଅଲ୍ଲୀ, ଦିଲୀପ କୁମାର ବେହେରା ,ଦୀପକକୁମାର ନାୟକ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କର ବୌଦ୍ଧିକ ଓ ମାନସିକ ଅନଗ୍ରସରତାର କାରଣ ଓ ତାର ନିରାକରଣ ସମ୍ପର୍କରେ ବିଶଦ ବ୍ୟାଖ୍ୟା କରିଥିଲେ। ବୌଦ୍ଧିକ ଅନଗ୍ରସରତା ରୋଗ ନୁହେଁ , ଏହା ଏକ ମନୁଷ୍ୟର ଅନିଚ୍ଛାକୃତ ଅବସ୍ଥା ମାତ୍ର , ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନୈତିକ କର୍ତ୍ତବ୍ୟ ହେଲା ଯେ ଏଭଳି ବ୍ୟକ୍ତି କିମ୍ବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିମ ର ସୁବନ୍ଦୋବସ୍ତ କରିବା ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।
କର୍ମଶାଳା ପ୍ରାରମ୍ଭରେ ନିୟତିର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ସ୍ୱାଗତ ଭାଷଣ ଦେଇ ଗଜପତି ଜିଲ୍ଲାର ଏକମାତ୍ର ମାନସିକ ଅନଗ୍ରସର ବିଦ୍ୟାଳୟ “ନିୟତି “ର ବିଭିନ୍ନ କାର‌୍ୟ୍ୟକ୍ରମ ଗୁଡ଼ିକ ସମ୍ପର୍କରେ ସୁଚାଇଥିଲେ । ଅନ୍ୟ ପକ୍ଷରେ , ଏହି ଅନୁଷ୍ଠାନର କାର‌୍ୟ୍ୟକ୍ରମ ଗୁଡ଼ିକ ପ୍ରତି ପ୍ରଶାସନ ,ଜନସାଧାରଣ, ଅଭିଭାବକ , ଶୁଭଚିନ୍ତକ ମାନେ ଭୁୟସୀ ପ୍ରଶଂସା କରିଥିଲେ ।
ଏହିକର୍ମଶାଳରେ ନେହୁରୁ ଯୁବ କେନ୍ଦ୍ର , ମହିଳା ମହାବିଦ୍ୟାଳୟ , ବିନୋଦିନି କନିଷ୍ଟ ବିଜ୍ଞାନ ମହାବିଦ୍ୟାଳୟ , ଅଙ୍ଗନବାଡି , ଶ୍ରୀକୃଷ୍ଟଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଓ ବିଭିନ୍ନ ସାମଜିକ ଅନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ବ୍ୟକ୍ତିବିଶେଷ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ନେହଲତା ପାଣିଗ୍ରାହୀ, ଜ୍ୟୋଷ୍ଣା ଡାକୁଆ, ସାସ୍ବତୀ ବେବର୍ତ୍ତା, ସୁରେନ୍ଦ୍ର ଭୂୟାଁ , ସୋନୁ ଭୂୟାଁ , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ। କର୍ମଶାଳା ରେ ନିୟତିର ସମସ୍ତ ଛାତ୍ର ଛାତ୍ରୀ ଅଭିବାଭବକ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here