ଅସହାୟଙ୍କ ପାଇଁ ମାକ୍ସ ତିଆରି କରୁଛନ୍ତି ସନ୍ଧ୍ୟା ଅଗ୍ରୱାଲ

0
76

ପଦ୍ମପୁର (ଓବି ନ୍ୟୁଜ)(କୁଞ୍ଜ ବିହାରୀ ସାହୁ): କରୋନା ଭୂତାଣୁ ସହ ପୁରା ଭାରତ ବର୍ଷ ଲଢେ଼ଇ କରୁଛି । ଏହି ଲଢେଇରେ ଭାରତର ସମସ୍ତ ନାଗରିକ ତଣେ ଜଣେ ସୈନିକ । ଏହି ଲଢେଇରେ ଏମିତି ଏକ ସୈନିକ ସାଜିଛନ୍ତି ପଦ୍ମପୁର ସହର ବିଜେପି ନଗର ସଭାପତି ସୁନିଲ ଅଗ୍ରୱାଲଙ୍କ ଧର୍ମ ପତ୍ନୀ ସନ୍ଧ୍ୟା ଅଗ୍ରୱାଲ । ଶ୍ରୀମତୀ ସନ୍ଧ୍ୟା ଜଣେ ଗୄହିଣୀ,ସେ ତାଙ୍କ ବ୍ୟସ୍ତ ବହୁଳ ସାଂସାରିକ ଜୀବନରୁ କିଛି ସମୟ ବାହାରକରି ଅସହାୟ ଜନସାଧାରଣଙ୍କ ପାଇଁ ମାକ୍ସ ତିଆରି କରୁଛନ୍ତି ଏବଂ ବଣ୍ଟନ କରୁଛନ୍ତି । ଯେଉଁ ଅସହାୟ ଲୋକମାନେ ମାକ୍ସ କିଣିବା ପାଇଁ ଅକ୍ଷମ ସେ ତାଙ୍କୁ ଏହି ମାକ୍ସ ବିତରଣ କରୁଛନ୍ତି ଏବଂ କରୋନା ସହ ଲଢେ଼ଇ କରିବା ପାଇଁ ସଚେତନ ରହିବ ସାମାଜିକ ଦୂରତ୍ବ ରଖିବା, ନିୟମିତ ହାତଧୋଇବା ଆଦି ବୁଝାଉଛି । ତାଙ୍କର ଏହି କାର୍ଯ୍ୟରେ ତାଙ୍କ ପରିବାର ତାଙ୍କୁ ସହଯୋଗ କରୁଥିବା ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here