ମୁଣ୍ଡ ଟେକିଲେ ଗୁଳିମାଡ଼

0
190

ବ୍ରହ୍ମପୁର(ଓବି ନ୍ୟୁଜ): ଜିଲ୍ଲାରେ ଅପରାଧିମାନେ ଡାଳରେ ଡାଳରେ ଗଲେ ପୁଲିସ ପତରେ ପତରେ ଯାଉଛି । ଯାହାକି ସୂଚାଇ ଦେଉଛି ଅପରାଧିଙ୍କୁ ଦମନ କରିବା ପାଇଁ ପୁଲିସ କେତେ ସଜାଗ ଓ କେତେ ସକ୍ରିୟ । ଗଂଜାମ ଜିଲ୍ଲାକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ତଳ ଦିନେ ଆରମ୍ଭ ହୋଇଥିବା ମିଶନ ଏବେ ବି ବଳବତର ରହିଛି । ଗଂଜାମ ଏସପି ବ୍ରିିଜେଶ କୁମାର ରଏ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ବାହିନୀ ଶତ ସିଂହ ର ବଳ ସାଉଁଟୁଛନ୍ତି । ଏଣୁ ଅପରାଧିମାନଙ୍କୁ ଗୋଡ଼ାଇ ଗୋଡ଼ାଇ ସାବାଡ଼ କରୁଛି ପୁଲିସ । କେଉଁ ଅପରାଧି ପୁଲିସ ଉପରେ ଆକ୍ସନ ଦେଖାଉଛି ପୁଲିସ ତାର ରିଆକ୍ସନ ମଧ୍ୟ ଦେଖାଉଛି ।
ଏମିତି ଏକ ଘଟଣା ଆଜି ଘଟିଛି ଆସିକା ଥାନା ଅନ୍ତର୍ଗତ ଚାରିମାଇଲି ଜଙ୍ଗଲ ଭିତରେ । କୁଖ୍ୟାତ ଅପରାଧି ଗୁରୁପ୍ରସାଦ ସ୍ୱାଇଁ ନିଜ ସହଯୋଗୀ କାଳୁ ସହ ମୋଟର ସାଇକେଲ ଯୋଗେ ଯାଉଥିବା ସମ୍ପର୍କରେ ଖବର ପହଂଚିଥିଲା ଆସିକା ପୁଲିସ ନିକଟରେ । ଆସିକା ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ ଓ ଥାନାଧିକାରୀ ପୀତବାସ ଧାରୁଆ ନିଜ ପୁଲିସ ଟିମ ସହ ପହଂଚିଥିଲେ ଘଟଣା ସ୍ଥଳରେ । ବଡି ଭୋରରେ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଅପରାଧି । ସେମାନେ ପୁଲିସ ଉପରକୁ ବୋମାମାଡ଼ କରିବା ପରେ ତାର ପାଲାଟା ଜବାବ ଦେବାକୁ ଯାଇ ପୁଲିସ ଫୁଟାଇଥିଲା ଗୁଳି । ଆଉ ଚୋର ଲାଗିଥିଲା ଗୁରୁ ର ବାମ ଗୋଡ଼ରେ । ତେବେ ସହଯୋଗୀ କାଳୁ ଖସି ଯାଇଥିଲା ଘଟଣା ସ୍ଥଳରୁ । ପୁଲିସ ତାକୁ ଖୋଜିବା ସହ ଗୁରୁକୁ ଗିରଫ କରି ପିସ୍ତଲ, ଗୁଳି ଓ ମୋଟରସାଇକେଲ ଜବତ କରିଛି । ଗୁରୁ ବର୍ତମାନ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତା ନାମରେ ବଡ଼ଗଡ଼ ଥାନା ଅଂଚଳରେ ଘଟିଥିବା ସନିଆ ବିଷୋୟୀ ହତ୍ୟା ମାମଲା, ବଟି ଆଦାୟ, ହତ୍ୟା ଧମକ ଆଦି ସଙ୍ଗିନ ମାମଲା ରହିଥିବା ସମ୍ପର୍କରେ ଏସଡିପିଓ ସୂଚନା ଦେଇଛନ୍ତି ।
ଅପରାଧିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଚାଲିଛି ଯୋଜନା । ତେବେ ଯେଉଁମାନେ ପୁଲିସକୁ ଚକମା ଦେଖାଇ ଅପରାଧ ଦୁନିଆରେ ମୁଣ୍ଡ ଟେକୁଛନ୍ତି, ସେମାନେ ଗୁଳି ଚୋଟ ଖାଇବା ସାର ହୋଇଛି ।

LEAVE A REPLY

Please enter your comment!
Please enter your name here