ରାସ୍ତାରେ ଅଟକାଇ ଆକ୍ରମଣ : ୧ ମୃତ ୨ ଆହତ

0
74

ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାର ମହାଦେବପାଲି ଫାଣ୍ଡି ଘୋଡାଧର ଗାଁରେ ରବିବାର ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତଙ୍କ ଆକ୍ରମଣରେ ଘୋଡାଧାର ଗାଁର ପାଞ୍ଜେଶ୍ୱରୀ ଲୁହା(୫୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କଂଟିଆ ଲୁହା (୬୦) ଓ ପୁଅ ବାଲେଶ୍ୱର ଲୁହା (୨୨) ଗୁରୁତର ଆହତ ହୋଇଛନ୍ତି ।

ଘୋଡାଧାର ଗାଁର କଂଟିଆ,ସ୍ତ୍ରୀ ପାଞ୍ଜେଶ୍ୱରୀ ଓ ପୁଅ ବାଲେଶ୍ୱର ଏକ ବାଇକରେ ସଂସାମୁରା ଗାଁରୁ ଫେରୁଥିବା ବେଳେ ରାତିରେ ନିଜ ଗାଁ ସରକାରୀ ସ୍କୁଲ ପଛପଟ ରାସ୍ତାରେ ଛପି ରହିଥିବା କିଛି ଦୁର୍ବୃତ ସେମାନଙ୍କୁ ଅଟକାଇଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଦୁର୍ବୃତ ମାନେ ତିନି ଜଣଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରେ ପାଞ୍ଜେଶ୍ୱରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ୱାମୀ କଂଟିଆ ଓ ପୁଅ ବାଲେଶ୍ୱରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ପଠାଇଥିଲେ । କଂଟିଆଙ୍କ ବେକ ରେ ଓ ବାଲଶ୍ୱେର ର ହାତରେ ଆଘାତ ଲାଗିଥିବା ଜଣାଯାଇଛି । ସୁବର୍ଣ୍ଣପୁର ଏସପି ଦେବି ପ୍ରସାଦ ଦାସ ଓ ସ୍ଥାନୀୟ ଫାଣ୍ଡିଅଧିକାରୀ ବସନ୍ତ ରଥ ଘଟଣା ସ୍ଥଲରେ ପହଂଚି ତଦନ୍ତ ଚଲାଇଥିବା ସୁଚନା ମିଳିଛି । ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here