ବେପାରୁଆ ଗାଡ଼ି ଚଳାଇ ୬ ଗଲେ ଜେଲ

0
101

ନବରଙ୍ଗପୁର(ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ): ବେପରୁଆ ଗାଡି ଚାଲଣା ଓ ବିପଦପୂର୍ଣ୍ଣ ଅବସ୍ଥାରେ ଆବଶ୍ୟକତା ଠାରୁ ଅଧିକ ବୋଝେଇ ନେଇ ନବରଙ୍ଗପୁର ପୁଲିସ ୬ ଟି କେନ୍ଦୁପତ୍ର ବୋଝେଇ ଟ୍ରକକୁ ଜବତ କରିଛି ।

ସୂଚନାରୁ ଜଣାଯାଇଛି ଯେ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କେନ୍ଦୁପତ୍ର ବୋଝେଇ ୬ଟି ଟ୍ରକ ଆବଶ୍ୟକତା ଠାରୁ ଅଧିକ ବୋଝେଇ କରି ବେପରୁଆ ଭାବେ ଦ୍ରୁତ ଗତିରେ ଯିବାର ଦେଖି ପୁଲିସ ଅଟକାଇବା ପାଇ ହାତ ମାରିବା ସତ୍ୱେ ଟ୍ରକ ନ ରଖିବାରୁ ପୁଲିସ ଗୋଡେଇ ଗୋଡେଇ ୬ ଟି ଟ୍ରକକୁ ନବରଙ୍ଗପୁର ସହରର ଶେଷମୁଣ୍ଡରେ ଧରିଥିଲେ । ଏ ନେଇ ପୁଲିସ ୬ ଜଣ ଡ୍ରାଇଭରକୁ ଗିରଫ କରିଥିବା ବେଳେ ଟ୍ରକ ଭିତରେ ଅନ୍ୟ ଜିନିଷ ଥିବା ସନ୍ଦେହ କରିଛି । ୬ ଟି ଯାକ କେନ୍ଦୁପତ୍ର ଟ୍ରକ ମାଲକାନଗିରିରୁ ରାଇପୁର ଅଭିମୁଖେ ଯାଉଥିଲା । ଓଭରଲୋଡ କରିଥିବାରୁ ରୋଡ ସେପ୍ଟି ଦୃଷ୍ଟିରୁ,ବେପାରୁଆ ଗାଡି ଚାଲାଣ ଓ ଗାଡ଼ିରେ ଅନ୍ୟକିଛି ଥିବା ସନ୍ଦେହ ନେଇ ଏମଭି ଆକ୍ଟ ୧୭୭,୧୮୩,୧୮୪,୧୯୨,୧୯୪ ଓ ୨୦୧ ଅନୁସାରେ ଜବତ କରାଯାଇଛି । ଏହା ସହ ଡ୍ରାଇଭର ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here