ଗଂଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ପବିତ୍ର ଶ୍ର।ବଣ ମାସର ପ୍ରତ୍ୟକ ସୋମ ବାରରେ ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି କରିବା ମାନସିକ ଧରି ଶୀବ ଭକ୍ତ ମାନେ ବିଭିନ୍ନ ନଦୀମାନଙ୍କରୁ ଜଳ ଭାରନେଇ ଯାତ୍ରା କରୁଥିବା ପରିଲକ୍ଷିତ ହୁଏ। ଏପରି କି ବୁଢ଼ା ମହିଳା ଓ ପୁରୁଷ କାଉଡ଼ିଆ ମାନେ ରାସ୍ତା ମାନଙ୍କରେ ଶୈବ ପୀଠ ମାନଙ୍କୁ ପ୍ରସ୍ଥାନ କରୁଥିବା ଦେଖିବାକୁ ମିଳେ। ଶ୍ର।ବଣ ମାସର ତୃତୀୟ ସୋମବାରରେ ଶୈବପୀଠରେ ଜଳ ଲାଗି କରିବା ନିମନ୍ତେ ଗଞ୍ଜାମ ବ୍ଲକ କଲ୍ୟାଣପୁର ଗ୍ରାମ ନିକଟସ୍ତ ରୁଷିକୂଲ୍ୟା ନଦୀଘାଟରୁ ଜୈନେକ କୁନି କାଉଡ଼ିଆ ନିଜ ମା ସହ କାନ୍ଧ ରେ ଜଳ ପାତ୍ରନେଇ ନିକତସ୍ତ ରାମେଶ୍ୱର ମହାଦେବ ଙ୍କୁ ଦର୍ଶନ କରିବା ସହ ଦୌଡି ଦୌଡି ମହା ଆନନ୍ଦ ସହକାରେ ବୋଲବମ ହର ହର ବମ ନାରା ଦେଇ ଶୈବ ପୀଠ ଅଭିମୁଖେ ଯାଉଥିବା ଦେଖଗିବାକୁ ମିଳିଥିଲା। ଯାହାକୁ ନେଇ ରାସ୍ତା ରେ କୁନିକାଉଡ଼ିଆ ଟି ଯାତ୍ରା କରୁଥିବା ସମୟରେ ସମସ୍ତ ଙ୍କ ଦୃଷ୍ଟି ର କେନ୍ଦ୍ରବିନ୍ଦୁ ପାଲଟିଥିଲା।