ଗଂଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ପବିତ୍ର ଶ୍ର।ବଣ ମାସ ର ତୃତୀୟ ସୋମବାର ଶୈବପୀଠ ମାନଙ୍କରେ ଜଳଭିଷେଖ ଜରିବା ନିମନ୍ତେ ରବିବାର ଗଂଜାମ ସହର ଦାମୋଦରପୁର ଗ୍ରାମ ନିକତସ୍ତ ପୁଣ୍ୟତୋୟା ଋଷିକୂଲ୍ୟା ନଦୀ ଘାଟରେ ଗଞ୍ଜାମ ଜିଲା ଏବଂ ଜିଲା ବାହାରୁ ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ଏହି ଆବସରରେ କାଉଡ଼ିଆ ମ।ନେ ଦଳ ଦଳ ହୋଇ ପହଞ୍ଚି ବାଲୁକା ରାଶିରେ ଶିବଲିଙ୍ଗ ସ୍ଥାପନ କରି ପାରମ୍ପରିକ ରୀତି ନୀତି ଅନୁଯାଇ ପୂଜାଅର୍ଚନା କରିବା ସହ ବାହୁଙ୍ଗିରେ ଜଳ ଭାର ନେଇ ଆଖଣ୍ଡଳମଣି ମନ୍ଦିର ରେ ପହଞ୍ଚି ମହାଦେବଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ବିଭିନ୍ନ ଶୈବ ପିଠ ପ୍ରସ୍ଥାନ କରିଥିଲେ। ଏହି ଯାତ୍ରା ସମୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବୋଲବମ ସମ୍ପର୍କିତ ସଙ୍ଗୀତ ମୂର୍ଚ୍ଛନା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବୋଲବମ ହରହର୍ ବମ ନାରା ଶ୍ରାବଣୀଭାର କାନ୍ଧରେ ଧରି କାଉଡ଼ିଆ ମ।ନେ ନୂତନ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ଯାତ୍ରାକରୁଥିବା ଲୋକଙ୍କ ଦୃଷ୍ଟ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ଦାମୋଦରପୁର ଗ୍ରାମ ବାବା ଅ।ଖଣ୍ଡଳମଣୀ ବୋଲବମ ସଂଘ ପକ୍ଷରେ ଋଷିକୂଲ୍ୟା ନଦୀ ଘାଟ ଠାରୁ ମନ୍ଦିର ମଧ୍ୟରେ ବୋଲବମ ଭକ୍ତ ମାନଙ୍କ ନିମନ୍ତେ ବ୍ୟାପକ ସୁବ୍ୟସ୍ଥା କରାଯାଇଛି। ଅନ୍ୟପଟେ ମନ୍ଦିର ନିକଟରେ ବିଭିନ୍ନ ଉଠା ଦୋକାନ ମାନ ପଡିଥିବା ଦେଖିବାକୁ ମିଳିଛି।