ବେଲଗୁଣ୍ଠାରୁ ୮ ଶିଶୁ ଶ୍ରମିକ ଉଦ୍ଧାର

0
73

ବେଲଗୁଣ୍ଠା(ଓବି ନ୍ୟୁଜ)(ପ୍ରଭାତ ସାହୁ): ସବୁଠି ଏବେ ଚାଲିଛି ସରକାରଙ୍କ ପରୀ ଯୋଜନା । ଏହି ଯୋଜନା ମାଧ୍ୟମରେ ଅବହେଳିତ ଓ ନିର୍ଯାତିତ ଶିଶୁଙ୍କୁ ପୁଲିସ ପ୍ରଶାସନ ଉଦ୍ଧାର କରୁଛି । ସେହି କ୍ରମରେ ବେଲଗୁଣ୍ଠା ଫାଣ୍ଡି ପୁଲିସ ବେଲଗୁଣ୍ଠାରେ ଥିବା ବିଭିନ୍ନ ହୋଟେଲ, ଗ୍ୟାରେଜ, ତେଜରାତି ଦୋକାନ, ଫାଷ୍ଟଫୁଡ ଦୋକାନ ଉପରେ ଚଢ଼ାଉ କରି ୮ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରି ଶିଶୁ ଶ୍ରମିକ ବଦଳରେ ପାଠପଢ଼ି ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଫାଣ୍ଡି ଅଧିକାରୀ ପ୍ରକାଶ ସାହୁ ପରାମର୍ଶ ଦେବା ସହ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ ।

LEAVE A REPLY

Please enter your comment!
Please enter your name here