ଛତ୍ରପୁରରେ ଅଭିଯୋଗ ଶୁଣିଲେ ଅତିରିକ୍ତ ଜିଲ୍ଲାପାଳ

0
88

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା:ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଆଜି ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଏଥିରେ ମୋ କୁଡ଼ିଆ, ପାନୀୟ ଜଳ ଯୋଗାଣ, ରାସନକାର୍ଡ଼, ଶିକ୍ଷା, ବିଜୁ ପକ୍କା ଘର, ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମ ଭତା ସମେତ ବିଭିନ୍ନ ଘଟଣା ଉପରେ ଜନସାଧାରଣଙ୍କ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଅଭିଯୋଗ ଗ୍ରହଣ କରିଥିଲେ ।
ଏହି ଅଭିଯୋଗ ଶୁଣାଣିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରିଭାନ୍ସ ଅଧିକାରୀ ତଥା ଆସିଂଟାଂଟ୍ କଲେକ୍ଟର ଛବିରାଣୀ ସାହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଜିଲ୍ଲା ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣା, ଡ଼ିପିସି ବିନିତା ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଦିବ୍ୟାଙ୍ଗ ମହିଳା ବିଜୁ ପକ୍କା ଘର ନେଇ ଅଭିଯୋଗ କଲେ:
ଆଜି ବେଲଗୁଣ୍ଠା ବ୍ଲକର ଆମ୍ବପୁଆ ପଂଚାୟତର ଟିକରପଡ଼ା ଗ୍ରାମର ଦିବ୍ୟାଙ୍ଗ ମହିଳା ପ୍ରମିଳା ଗୌଡ଼ଙ୍କୁ ବିଜୁ ପକ୍କା ଘର ମିଳିନଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ପ୍ରଦାନ କରିଥିଲେ ।
ଦିବ୍ୟାଙ୍କ ମହିଳାଙ୍କୁ ଭତା ପ୍ରଦାନ ଦାବି:
ବେଲଗୁଣ୍ଠା ବ୍ଲକର ଆମ୍ବପୂଆ ପଂଚାୟତର ଟିକରପଡ଼ା ଗ୍ରାମର ଭିନ୍ନକ୍ଷମ ମହିଳା ନମିତା ସ୍ୱାଇଁ (୪୫) ତାଙ୍କୁ ପଂଚାୟତ ତରଫରୁ ଭିନ୍ନକ୍ଷମ ଭତା ମିଳିନଥିବା ନେଇ ବାରମ୍ବାର ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟ ଯାଇ ଗୁହାରି କଲେ ସୁଦ୍ଧା ଏପର୍ଯ୍ୟନ୍ତ ଭତା ମିଳିନଥିବା ନେଇ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତାଲିମପ୍ରାପ୍ତ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ ନେଇ ଦାବି:
ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଖଲିକୋଟ ବ୍ଲକର ଲଙ୍ଗଳେଶ୍ୱର ପଂଚାୟତର ଲଙ୍ଗଳେଶ୍ୱର ଭେଜିପୁଟ ଗ୍ରାମର ୪୨ଜଣ ମହିଳା ଓ ପୁରୁଷ ନିର୍ମାଣ ଶ୍ରମିକ ଭାବେ ଗତ ୨୦୧୭-୧୮ରେ ଛତ୍ରପୁର ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ତାଲିମ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନୀୟମ ଅନୁଯାୟୀ ତାଲିମ ପ୍ରଦାନ କରାଯାଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ ନୀୟମ ରହିଥିବା ବେଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଏହା ଏକ ବର୍ଷ ପରେ ସେମାନଙ୍କୁ ୨୩.୪.୨୦୧୮ରେ ଏକ ଚେକ୍ ଯୋଗେ ପ୍ରଦାନ କରାଯାଇଥିଲା । ସେମାନେ ତାଙ୍କ ନିକଟସ୍ଥ ବ୍ୟାଙ୍କରେ ଚେକ ୍ ଡ଼ିପୋଜିଟ୍ କରିଥିବା ବେଳେ ଏହି ଚେକ୍ ର ଅବଧି ସରି ଯାଇଥିଲା । ପୁଣି ଏସଂପର୍କରେ ୪୨ଜଣ ତାଲିମପ୍ରାପ୍ତ ମହିଳା ପୁରୁଷ ନିର୍ମାଣ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କର ତାଲିମ ପ୍ରାପ୍ତ ଟଙ୍କା ମିଳିନାହିଁ । ଯଦି ମିଳିଛି ସେହି ଚେକ୍ ର ଅବଧି ସରିଯାଇଛି । ତେଣୁ ସେମାନଙ୍କୁ ତୁରନ୍ତ ଟଙ୍କା ମିଳିବା ନେଇ ୪୨ ତାଲିମପ୍ରାପ୍ତ ନିର୍ମାଣ ଶ୍ରମକମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ଭେଟି ଏକ ଅଭିଯୋଗ କରିଥିଲେ ।

ଦୃଷ୍ଟିହୀନ ମହିଳା ପକ୍କା ଘର ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ:
ଗଞ୍ଜାମ ବ୍ଲକର ହୁମ୍ମା ପଂଚାୟତର ହୁମ୍ମା ଗ୍ରାମର ଦୃଷ୍ଟିହୀନ ବିବାହିତ ମହିଳା ବିନୁ ସାହୁ ନିହାତି ଗରିବ ହୋଇଥିବାରୁ ତାଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ଏକ ପକ୍କା ଘର ଯୋଗାଇବା ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବଳଦିଆ ଢିହର ୨୦ ପରିବାରଙ୍କୁ ଘର ପଟ୍ଟା ପ୍ରଦାନ ନେଇ ଦାବି:
ଗଞ୍ଜାମ ବ୍ଲକର ହୁମ୍ମା ପଂଚାୟତର ବଳଦିଆ ଢିହ ଗ୍ରାମର ଦଳିତ ସାହିର ୨୦ଜଣ ବାସିନ୍ଦା ସେମାନଙ୍କୁ ଘର ପଟ୍ଟା ପ୍ରଦାନ ନିମନ୍ତେ ଆଜି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜିକୁ ୪୦ ବର୍ଷ ହେଲା ଆମେ ଏଠାରେ ଘର ତିଆରି କରି ବସବାସ କରିଥିଲେ ସୁଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆମର ଘର ଢିହର ପଟ୍ଟା ପ୍ରଦାନ କରାଯାଉ ନାହିଁ । ତେଣୁ ଆମେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛି ।

LEAVE A REPLY

Please enter your comment!
Please enter your name here