ଭାଲୁ କାମୁଡ଼ାରେ ଜଣେ ଗୁରୁତର

0
52

ନବରଙ୍ଗପୁର(ଓବି ନ୍ୟୁଜ)(ଟୁଟୁ ପଟ୍ଟନାୟକ ):ଭାଲୁ କାମୁଡ଼ାରେ ଜଣେ ଗୁରୁତର । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଆଶାରାମ ମୁଦୁଲି ନାମକ ଜଣେ ବ୍ୟକ୍ତି ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ଭାଲୁ ମୁହଁରୁ ଆଶାରାମ ଙ୍କୁ ଉଦ୍ଧାର କରି ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଆଶାରାମଙ୍କ ଶରୀରର କ୍ଷତ ଗଭୀର ଓ ଗୁରୁତର ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଆଶାରାମ ଙ୍କ ମୁଣ୍ଡ ଓ ହାତ ରେ ଗଭୀର କ୍ଷତ ଲାଗିଛି । ମୁଖ୍ୟଚିକିତ୍ସାଳୟ ରେ ତାଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଅଛି ।

LEAVE A REPLY

Please enter your comment!
Please enter your name here