ଭଞ୍ଜନଗର(ଓବି ନ୍ୟୁଜ)(ଜୟକୃଷ୍ଣ ପଟ୍ଟନାୟକ ): ଭଞ୍ଜନଗର ଓକିଲ ସଂଘର ବରିଷ୍ଠ ଆଇନଜୀବି ଗଣେଶ ଜେନା ଙ୍କର ଗତ ଶନିବାର ଦିନ କର୍କଟ ରୋଗରେ ମୃତ୍ୟୁ ଘଟିଛି । ସେ ଗତ କିଛିମାସ ହେବ ଏହି ରୋଗରେ ପୀଡିତ ଥିବାରୁ ତାଙ୍କର ଭୁବନେଶ୍ୱର ରେ ଚିକିତ୍ସା ହେଉଥିଲା । ତାଙ୍କର ମୃତ୍ୟୁ ରେ ଭଞ୍ଜନଗର ଓକିଲ ସଂଘର ସଦସ୍ୟମାନେ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ରବିବାର ୫୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଜି ଭଞ୍ଜନଗର କୋର୍ଟ ପରିସରରେ ରେ ସ୍ବର୍ଗତ ଜେନା ଙ୍କର ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସଭାପତି ଅଭିମନ୍ୟୁ ଗୌଡ଼ ଙ୍କର ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା ଏବଂ ସ୍ବର୍ଗତ ଜେନା ଜଣେ ସଚୋଟ, ପରୋପକାରୀ ଓ କର୍ତବ୍ୟ ନିଷ୍ଠ ବ୍ୟକ୍ତି ହୋଇଥିବାରୁ ଆଇନଜୀବି ମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ । ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।