ଭଞ୍ଜନଗର (ଓବି ନ୍ୟୁଜ୍)(ଜୟ କୃଷ୍ଣ ପଟ୍ଟନାୟକ) ; ଭଞ୍ଜନଗର ସ୍ଥିତ ଖାଲାସି ସାହି ରେ ଘର ଭଙ୍ଗା କୁ ନେଇ ଗତ କିଛି ଦିନ ହେବ ଲାଗିରହିଥିବା ଦ୍ଵନ୍ଦ ର ସମାପ୍ତି ଘଟିଛି । ଆଜି ଏସମ୍ପର୍କ ରେ ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ୱ ରେ ଥିବା ଡ୍ରେନ ଉପରେ ଘରର କୌଣସି ଅଂଶ କୁ ପ୍ରଶ୍ରୟ ଦିଆ ଯିବନାହିଁ ବୋଲି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଜଣେଇଛନ୍ତି । ପୂର୍ବରୁ ଏନଏସି ତରଫରୁ ଉଛେଦ ନିମନ୍ତେ ଚି଼ହ୍ନଟ କରାଯାଇଥିଲା । ତାହାକୁ ନେଇ ସାହି ବାସିନ୍ଦା ମାନେ ଚିନ୍ତିତ ଥିଲେ ଓ କେତେକ ଲୋକ ସ୍ୱତ ପ୍ରବୃତ ଭାବେ ନିଜ ନିଜ ଘର ଭଙ୍ଗା ଆରମ୍ଭ କରିଥିଲେ । ଆଜିର ନିଷ୍ପତ୍ତି କୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।