ପୋଖରୀରେ ବୁଡ଼ି ଭିନ୍ନକ୍ଷମଙ୍କ ମୃତ୍ୟୁ

    0
    143

    ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ; ଦିଗପହଣ୍ଡି ସହରରେ ଜଣେ ଭିନ୍ନକ୍ଷମଙ୍କ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଭିନ୍ନକ୍ଷମ ଜଣକ ହେଲେ ଦିଗପହଣ୍ଡି ସହର ସାନ ବ୍ରାହ୍ମଣ ସାହି ର ସତ୍ୟନାରାୟଣ ପଣ୍ଡା (୫୦) । ସ୍ଥାନୀୟ ଲୋକ ସୋମବାର ସଂଧ୍ୟା ସମୟରେ ପୋଖରୀରେ ଭାସୁଥିବା ଏକ ଶରିର ଦେଖୀ ଦିଗପହଣ୍ଡି ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ôଥଳରେ ଦମକଳ ବାହିନୀ ପହଂଚି ସତ୍ୟନାରାୟଣଙ୍କ ପରିପକ୍ୱ ଶରୀରକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା । ସେଠାରେ ଡାକ୍ଟର ତାକୁ ମୃତ ଘୋଷଣା କରିଥିଲେ । ପୋଲସ୍ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । । ସୂଚନା ପ୍ରକାରେ ସତ୍ୟନାରାୟଣ ଜଣେ ଭଲ ଦରଜି ଥିଲେ । ସେ ଦରଜି କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ପ୍ରକାଶ ଥାଉ କି, ବିଗତ ଚାରି ବର୍ଷ ହେବ ସେ ମାନସିକ ଭାରସାମ୍ୟ ହରାଇ ଏଣେତେଣେ ବୁଲାବୁଲି କରୁଥିଲେ । ଆଜି ଅପରାହ୍ନରେ ପୋଖରୀକୁ ଗାଧେଇବା ପାଇଁ ଯିବା ସମୟରେ ଗୋଡ ଖସି ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ଏବେ ତାଙ୍କ ପରିବାର କେମିତି ଚଳିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରିଛି ।

    LEAVE A REPLY

    Please enter your comment!
    Please enter your name here