ଉଜଳେଶ୍ୱର ବାବାଙ୍କ ପୀଠରେ କାଉଡ଼ିଆଙ୍କ ଜଳ ଲାଗି

    0
    88

    ଦିଗପହଣ୍ଡି (ଓବି ନ୍ୟୁଜ୍) (ଶିବ ପ୍ରସାଦ ରଥ) ; ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ଠାରେ ରହିଛି ଦେବାଧି ଦେବ ଉଜଳେଶ୍ୱର ମହାଦେବଙ୍କ ଶୈବପୀଠ । ଏହା ଗଞ୍ଜାମ ଜିଲ୍ଲାର ଏକ ପ୍ରସିଦ୍ଧ ସିଦ୍ଧପୀଠ ହୋଇଥିବାରୁ ଶ୍ରାବଣ ମାସରେ ବହୁ ଦୂର ଦୁରାନ୍ତରୁ କାଉଡ଼ିଆ ଭକ୍ତ ଗଣ ବାବାଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ଆସିଥାନ୍ତି ଓ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରଖିଥାନ୍ତି । କିନ୍ତୁ ଏକ ଦୁଃଖ ଓ ଅନୁତାପର ବିଷୟ ଏୟା ଯେ କେହି ମଧ୍ୟ ଶବ୍ଦ ପ୍ରଦୂଷଣ ଓ ପଲିଥିନ ମୁକ୍ତ ପାଇଁ ଟିକେ ବି ସଚେତନ ନଥିଲା ଭଳି ଦେଖାଯାଉଛି । କିଛି କାଉଡ଼ିଆ ଭକ୍ତଙ୍କ ବିପଦପୂର୍ଣ ଯାତ୍ରା ଦେଖି ଜନସାଧାରଣ ଓ ବୁଦ୍ଧିଜୀବି ମାନେ କହନ୍ତି ଏହା ଆଜିକାଲି ଫେସନ ହୋଇଗଲାଣି ତେଣୁ ଏଥିପ୍ରତି ଯଦି ପ୍ରଶାସନ ଧ୍ୟାନ ଦିଅନ୍ତେ ତେବେ ଭଲ ହୁଅନ୍ତା ।

    LEAVE A REPLY

    Please enter your comment!
    Please enter your name here