ମୋହନା (ଓବି ନ୍ୟୁଜ୍) ( ସୁବିତ୍ କୁମାର ନାୟକ ) ; ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଚଡିଆପଦା ଗ୍ରାମ ଦୀର୍ଘ ୬୫ ବର୍ଷରୁ ଉର୍ଦ୍ଧ୍ବ ଏହି ଗ୍ରାମରେ କୃଷି କାର୍ଯ୍ୟ ଓ ଦିନ ମଜୁରୀ କାମ କରି ଗ୍ରାମରେ ବସବାସ କରନ୍ତି । ଗ୍ରାମବାସୀ କହନ୍ତି ସରକାରଙ୍କର ଯୋଜନାରୁ ବଂଚିତ ହୁଅନ୍ତି। ଦୀର୍ଘ ବର୍ଷ ହେବ ସେମାନେ ପଲ୍ଲୀସଭା , ଗ୍ରାମସଭା ଓ ବ୍ଲକ୍ ସ୍ତରରେ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ଓ ଗମନା ଗମନ କରିବାପାଇଁ ରାସ୍ତା, କିନ୍ତୁ ଏଥିପ୍ରତି ନା ପଞ୍ଚାୟତ ସ୍ତରରେ ନା ବ୍ଲକ୍ ସ୍ତରରେ ଏହି ଗ୍ରାମ ପ୍ରତି ଧ୍ୟାନ ଦିଆଯାଉଛି । ଯାହାଫଳରେ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ମୌଳିକ ସୁବିଧାରୁ ବଂଚିତ ହୁଅନ୍ତି। ଗ୍ରାମରେ ୧୭ ଟି ପରିବାର କନ୍ଧ ଅଧିବାସୀ ସଂପ୍ରଦାୟର ଲୋକମାନେ ବସତି ସ୍ଥାପନ କରନ୍ତି । ପାନୀୟ ଜଳର ସୁବିଧା ନଥିବା ହେତୁ ସେମାନେ ନଦୀର ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିଥାନ୍ତି । ଏବଂ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତକୁ ଯିବାକୁ ହେଲେ ସେମାନେ ୩ କିଲୋମିଟର ଯିବା ରାସ୍ତାରେ ୨୦ କିଲୋମିଟର ଚନ୍ଦ୍ରଗିରି ଗ୍ରାମ ଦେଇ ଚାନ୍ଦିପୁଟକୁ ସେମାନେ ବାର୍ଦ୍ଧକ୍ୟ ଭତ୍ତା, ଟଙ୍କା ଖିଆ ଚାଉଳ ବା ସେମାନଙ୍କର ପିଲା ପାଠ ପଡ଼ିବା ପାଇଁ ଯାଆନ୍ତି। ରାସ୍ତା ନଥିବା ହେତୁ ସେମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ଯଥା – ରୋଗୀଙ୍କୁ ଖଟିଆରେ ବୁହା ହେଉଛି ଏବଂ ଗର୍ଭବତୀ ମହିଳା ପ୍ରସବ କରିବା ପାଇଁ ଜନନୀ ଏକ୍ସପ୍ରେସ ବା ଆମ୍ବୁଲାନ୍ସ ଗ୍ରାମ ମଧ୍ୟକୁ ଆସିପରୁନାହିଁ । ଯାହା ଫଳରେ ଗର୍ଭବତୀ ମହିଳା ଓ ରୋଗୀ ଜରୁରୀ କାଳୀନ ପରିସ୍ଥିତିରେ ସରକାରୀ ସହାୟତା ୧୦୨ ଏବଂ ୧୦୮ ରୁ ବଂଚିତ ହୁଅନ୍ତି। ଆଗାମୀ ଦିନରେ ଏହି ଦୁଇଟି ଅଭିଯୋଗ ଯଥାଶୀଘ୍ର ସରକାର ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।