ହିଞ୍ଜିଳିକାଟୁ (ଓବି ନ୍ୟୁଜ୍)(ପବିତ୍ର କୁମାର ପାତ୍ର) ; ଆଜି ଭାରତ ପାଇଁ ଏକ ଐତିହାସିକ ଦିନ ଭାବେ ଗ୍ରହଣ କରିବା ସହ ହିଞ୍ଜିଳି ସହର ରେ ବାଇକ୍ ରାଲି ଅନୁଷ୍ଠିତ ହୋଯାଇଅଛି । ହିଂଜିଳିକାଟୁ ସହରରେ ଯୁବ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରରୁ ଧାରା୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ଓ ସଂସଦରେ ପ୍ରସ୍ତାବ ଉଠାଇବା ଅବସର ରେ ସୋମବାର ସନ୍ଧ୍ୟା ସମୟରେ ହିଞ୍ଜିଳି କାଟୁର ବିଭିନ୍ନ ରାଜନୈତିକ ଦଳ ସହ ଅଞ୍ଚଳର ଅଗ୍ରଣୀ ତ୍ରିରଙ୍ଗା ଯୁବକ ସଂଘ ପକ୍ଷରୁ ବୃନ୍ଦାବନ ବିଦ୍ୟା ପାଠୀ ମିନି ଷ୍ଟାଡିୟମ ଠାରୁ ଏକ ସ୍ୱତନ୍ତ୍ର ବାଇକ୍ ରାଲି କାର୍ଯ୍ୟ କ୍ରମ ଆୟୋଜନ ହୋଇଯାଇଛି। ଶତାଧିକ ଯୁବକ ଜାତୀୟ ପତକା ଧରି ବାଇକ ରାଲି ରେ ସହର ପରିକ୍ରମା କରିବା ସହ ଲୋକଙ୍କୁ ମିଠା ବଣ୍ଟନ କରି କେନ୍ଦ୍ର ସରକାର ଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ ଭାରତ ମାତା କୀ ଜୟ ଓ ଜୟ ହିନ୍ଦ ନାରା ରେ ସହର ପ୍ରକମ୍ପିତ ହୋଉଥିଲା ।