ଛତ୍ରପୁର କଳାକାରଙ୍କ ଆନ୍ତର୍ଜାତିକ ମହୋତ୍ସବରେ ନୃତ୍ୟ ପରିବେଶଣ

    0
    91

    ଛତ୍ରପୁର (ଓବି ନ୍ୟୁଜ) : ପ୍ରଖ୍ୟାତ ନୃତ୍ୟ ଗୁରୁ ଅମ୍ରିତା ଦାସ ନୃତ୍ୟବାସ ଅନୁଷ୍ଠାନ ତରଫରୁ ପ୍ରେରଣା ଶ୍ରୀ ନୃତ୍ୟ ଆନ୍ତର୍ଜାତୀୟ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । କଲିକତାର ଆଲିପୁରଦ୍ୱାରର ମୁନିସିପାଲିଟି ଅଡିଟେରିଅମ୍ ଠାରେ ଅନୁଷ୍ଠିତ ମହୋତ୍ସବର ତୃତୀୟ ଓ ଚତୁର୍ଥ ଦିବସରେ ଗଂଜାମ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ କେଦାର ପାଣିଗ୍ରାହିଙ୍କ ମାଁ ବୁଢୀ ଠାକୁରାଣୀଙ୍କ ଗୀତରେ ଲୋକନୃତ୍ୟ ରଣପା ଗଂଜାମ ଜିଲ୍ଲା ଛତ୍ରପୁର ସହରର ସୁନାମଧନ୍ୟ କଳାକାର ସମୀର କୁମାର ବେହେରା ଓ ଦିବାକର ବିଷୋୟୀ ପରିବେଷଣ କରି ଦଶର୍କ ଏବଂ ବିଚାରକଙ୍କ ମନ ଜିଣିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ଭାବେ ଛୋଚ୍ବିହାର ୟୁନିଭରସିଟିର ଭାଇସଚାନ୍ସଲେର ଡା .ଦେବ କୁମାର ମୁଖୋପାଣ୍ଡେ ଏବଂ ତବଲା ଗୁରୁ ପଣ୍ଡିତ ପ୍ରସ୍ନଜିତ ପୋଡାର ଙ୍କ ଦ୍ୱାରା ସମ୍ମାନିତ କରିଥିଲେ। ଏ ଦୁଇ କଳାକାର ଙ୍କୁ ଛତ୍ରପୁର ଜନସାଧାରଣ ମାନଙ୍କ ପକ୍ଷରୁ ମଧ୍ୟ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

    LEAVE A REPLY

    Please enter your comment!
    Please enter your name here