ପାତ୍ରପୁର (ଓବି ନ୍ୟୁଜ)(ବଦ୍ରି ନାରାୟଣ ରଣା) : ଚିକିଟି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ପାତ୍ରପୁର ଗ୍ରାମରେ ଥିବା କୁଠାରୀ ମନ୍ଦିର ପ୍ରାଙ୍ଗଣରେ ସାଧାରଣ ବୈଠକ କରାଯାଇ ଦଳର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ମୁଖ୍ୟ ଅତିଥିବ ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ବ କରିବା ସହ ନିର୍ବାଚନ ମଣ୍ଡଳୀରେ ୨୦ ହଜାର ସଭ୍ୟ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଗଲା । ଗତ ଥର ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନରେ ମୋଟ ୪୭୦୦ ସଭ୍ୟ ଥାଇ ଦଳ ବହୁ ମତ ପାଇବାରେ ଏଠାରେ ସକ୍ଷମ ହୋଇ ପାରିଥିଲା । ଠିକ ସେପରି ଚଳିତ ବର୍ଷ ମଧ୍ୟ ଏହା କୋଡ଼ିଏ ହଜାରରେ ପହଂଚାଇବାକୁ କର୍ମୀଙ୍କୁ ନେତା ମାନେ ମତ ଦେଇଥିଲେ । ଏଥିରେ ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ସଭ୍ୟମାନେ ସକ୍ରିୟ ସଦସ୍ୟ ଭାବେ ରହି କାମ କରିବେ ବୋଲି କୁହାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଗୁଡ଼ପଦର ସରପଂଚ ୱାଇ. ମୋହନରାଓ, ୱାଇ ବାଳକ୍ରିଷ୍ଣା, ସାମନ୍ତରାପୁର ସରପଂଚ ପ୍ରସନ୍ନ କୁମାର ପ୍ରଧାନ, ଅଜିତ ପ୍ରଧାନ, ଜିଲ୍ଲ ଯୁବମୋର୍ଚ୍ଚା ଉପସଭାପତି ପ୍ରିୟ ରଞ୍ଜନ ବେହେରା, ଓ. ନଗମା, ଲଳିତା ପ୍ରଧାନ, ରଙ୍ଗବତୀ ଦଳେଇଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ । ପରେ ଭୃଗୁବକ୍ସି ପାତ୍ର, ମନୋରଞ୍ଜନ ଦ୍ୟାନ ସମାନ୍ତରା ଓ ପାତ୍ରପୁର ମଣ୍ଡଳ ସଭାପତି ତ୍ରିନାଥ ମିଶ୍ରଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଏଥିରେ ଚିକିଟି ନିର୍ବାଚନ ମଣ୍ଡଳୀରେ ତେଲୁଗୁ ଅଂଚଳର ସ୍କୁଲ ମାନଙ୍କରେ ହେଉଥିବା ବିିଭିନ୍ନ ସମସ୍ୟା ସଂପର୍କରେ ସେମାନେ ଦାବି ଉପସ୍ଥାପନ କରିଥିଲେ । ଏହି ନିର୍ବାଚନ ମଣ୍ଡଳୀରେ ତେଲୁଗୁ ସ୍କୁଲ ମାନଙ୍କରେ ପଡ଼ୁଥିବା ପିଲାମାନଙ୍କ ନିମନ୍ତେ ସରକାର ତେଲୁଗୁ ବହି ଓ ତେଲୁଗୁ ଶିକ୍ଷକ ଦେବାରେ ସଂପୁଣ୍ଣ ବିଫଳ ହୋଇଛନ୍ତି । ଯଦ୍ୱାରା ଅଂଚଳର କିଛି ସ୍କୁଲ ମଧ୍ୟ ବନ୍ଦ ହୋଇଛି । ଆନ୍ଧ୍ର ସରକାର ସିମାନ୍ତରେ ପଡ଼ୁଥିବା ତାଙ୍କ ରାଜ୍ୟର ଓଡ଼ିଆ ପିଲାଙ୍କୁ ବହି ଏବଂ ସମସ୍ତ ସୁବିଧା ସୁଯୋଗ ଦେଇପାରୁଛନ୍ତି ଓଡ଼ିଶା ସରକାରୀ କାହିଁକି ଏଦିଗରେ କିଛି ପଦକ୍ଷେକ ଗ୍ରହଣ କରୁନାହାନ୍ତି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଥିଲେ । ପ୍ରତିବର୍ଷ ସ୍କୁଲ ମାନଙ୍କର ଉପସ୍ଥିତି କମୁଛି ଏଦିଗରେ ପଂଚାୟତ ସମିତି ବୈଠକ ମାନଙ୍କରେ ବାରମ୍ବାର ଅଭିଯୋଗ ସ୍ୱତେ କିଛି ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହି । ତେଣୁ ଏଦିଗରେ ତୁରନ୍ତ ଯଦି କିଛି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ତେବେ ଚିକିଟି ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଆନ୍ଦଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ସାମନ୍ତରା ଚେତାବନୀ ଦେଇଛନ୍ତି ।