ସଡ଼କ ଦୁର୍ଘଟଣା ରେ ୬ ଆହତ

    0
    83

    ଜି.ଉଦୟଗିରି (ଓବି ନ୍ୟୁଜ୍) (ପ୍ରତାପ ଚନ୍ଦ୍ର ପାଢୀ) ; ଜି.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ଛକ ର ପ୍ରାୟ ୨ କି. ମି ପୂର୍ବରୁ ଏକ କାର ଦୁର୍ଘଟଣା ରେ ୬ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଫୁଲବାଣୀ ବ୍ରହ୍ମପୁର ଜାତୀୟ ରାଜପଥ ରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା କଳିଙ୍ଗା ପଞ୍ଚାୟତ ଗଦୀଙ୍ଗିଆ ଯାତ୍ରୀ ବିଶ୍ରମାଗାର ନିକଟରେ ଏକ ସୂଜୁକି ଦିଯାଇର କାର (ଗାଡ଼ି ନମ୍ବର ଓଡି ୩୩ ଭି ୯୧୩୩) ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୫ ଫୁଟ ତଳକୁ ଖସି ଯିବାରୁ ଗାଡ଼ିରେ ବସିଥିବା ୬ ଜଣ ଆହତ ହୋଇଛନ୍ତି । ଜି.ଉଦୟଗିରି ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସେମାନଙ୍କ ସହ ଅନ୍ୟ ୩ ଜଣ ଆହତ ଙ୍କୁ ମଧ୍ୟ ଭଞ୍ଜନଗର ଡାକ୍ତରଖାନା କୁ ପଠାଇ ଦିଆଯାଇଛି । ଖବର ଲେଖା ବେଳକୁ କାହାର ପରିଚୟ ମିଳିପାରିନଥିଲା ।

    LEAVE A REPLY

    Please enter your comment!
    Please enter your name here