ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ

    0
    59

    ବ୍ରହ୍ମପୁର (ଓବି ନ୍ୟୁଜ୍) ; ଆଜି ନରେନ୍ଦ୍ର ମୋଦୀ ସରକାରଙ୍କ ଐତିହାସିକ ପଦକ୍ଷେପ ଜାମ୍ମୁ କାଶ୍ମୀରରୁ ୩୬୦ ଓ ୩୫-ଏ ଧାରା ଉଚ୍ଛେଦ ସହିତ ଜାମ୍ମୁ କାଶ୍ମୀର ଓ ଲତାଖକୁ ଦୁଇଟି ପୃଥକ୍ କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରିଥିବାରୁ ସାରା ଭାରତବର୍ଷର ଜନସାଧାରଣ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । କେନ୍ଦ୍ର ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପକୁ ସ୍ୱାଗତ କରି ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତା ଗାନ୍ଧୀ ନଗର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକତ୍ରିତ ହେବା ସହ ଉତ୍ସବ ପାଳନ କରିଛନ୍ତି । କାର୍ଯ୍ୟକର୍ତ୍ତା ମାନେ ମିଷ୍ଠାନ୍ନ ବଣ୍ଟନ କରିବା ସହିତ ବାଣ ଫୁଟାଇଥିଲେ । ଭାରତ ମାନଚିତ୍ରରେ ଭାରତ ର ମୁକୁଟ ଜାମ୍ମୁ କାଶ୍ମୀରକୁ ପ୍ରକୃତ ମାନ୍ୟତା ପ୍ରଦାନ କରାଯାଇଛି । ଦେଶ ସ୍ୱାଧୀନ ହେବା ପରଠାରୁ ବିଭିନ୍ନ ରାଜନୈ÷ତିକ ଷଡଯନ୍ତ୍ର ଦ୍ୱାରା ଦେଶରୁ ଭିନ୍ନ ଭାବେ ପରିଗଣିତ କରି ଜାମ୍ମୁ କାଶ୍ମୀର ଅଧିବାସୀ ମାନଙ୍କୁ ବିଭିନ୍ନ ଯୋଜନାରୁ ବଂଚିତ କରି ରଖାଯାଉଥିଲା,ଫଳ ସ୍ୱରୂପ ଆର୍ଥିକ,ସାମାଜିକ ଉନ୍ନତି ହୋଇପାରୁନଥିଲା । ଆଜି ସେ ସବୁରେ ପୁର୍ଣ୍ଣଛେଦ ପଡିଛି ଓ ଆଜିଠାରୁ ଜାମ୍ମୁ କାଶ୍ମୀର ପ୍ରତିଟି କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ରାଜ୍ୟ ସହ ସମକକ୍ଷ ହୋଇପାରିବ ଏଣୁ ଜାମ୍ମୁ କାଶ୍ମୀର ସହ ସମ୍ପୁର୍ଣ୍ଣ ଭାରତ ସ୍ୱାଧୀନ ପାଇଛି ବୋଲି ମତ ରଖି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଖୁସି ପ୍ରକଟ କରିଛନ୍ତି । ଏ ଅବସରରେ ରାଜ୍ୟ ସଂପାଦକ ବିଭୁତି ଜେନା ଓ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଯୋଗ ଦେଇ ସମଗ୍ର ଭାରତ ବର୍ଷରେ ଜନସାଧାରଣଙ୍କ ଦୀର୍ଘ ଦିନର ଆଶା ଓ ଆକାଂଖ୍ୟା କେବଳ ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ରୀୟ ସଭାପତି ତଥା ଗୃହମନ୍ତ୍ରୀ ଅମିତ୍ ସାହାଙ୍କ ଦୃଢ ନେତ୍ରୁତ୍ୱ ବଳରେ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ସାହୁ,ସୁନୀଲ ସାହୁ,ପ୍ରଭାତ ଶଡଙ୍ଗୀ,ପ୍ରବୀର ପାତ୍ର,ଶରତ ସାହୁ,ଅମୁଲ୍ୟ ଚୈ÷ଧୁରୀ,ମଦନ ମୋହନ ପାତ୍ର,ଗଙ୍ଗାଧର ଶତପଥୀ,ପ୍ରଦୀପ ମିଶ୍ର,ଏନ୍.ରାଜେନ୍ଦ୍ର କୁମାର,ଶିବ ପ୍ରସାଦ ପାତ.ପ୍ରଦୀପ ଶତପଥୀ,ସୁନୀଲ ପାତ୍ର,ଭାବଗ୍ରାହୀ ପାଳ,ରଜତ ପଣ୍ଡିତ,ମଧୁସୁଦନ ସାହୁ,ପ୍ରଫୁଲ୍ଲ ପାଣିଗ୍ରାହୀ,ବିଜୟ ପଣ୍ଡା,ସନ୍ତୋଷ ପାଣିଗ୍ରାହୀ,ସୂର୍ଯ୍ୟ ନାହାକ,ତୁମ୍ବେଶ୍ୱର ନାହାକ,ମାନିନୀ ଦେବୀ ,ପ୍ରଶାନ୍ତ ମହାରଣା,ରବି ନାରାୟଣ ସାବତ ପ୍ରମୂଖଙ୍କ ସମେତ ଶତାଧ୍ଥଳ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

    LEAVE A REPLY

    Please enter your comment!
    Please enter your name here