ବାଡ ଯେବେ ଫସଲ ଖାଏ ।

    0
    339

    ଗଞ୍ଜାମ (ଓବି ନ୍ୟୁଜ)(ଉମାକନ୍ତ ବେହେରା) ; ଜଣେ ଅସ୍ଥାୟୀ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ସୋମବାର ଗ୍ରାସିମ୍ କେମିକାଲ୍ସର ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାଶଙ୍କୁ ଜେଲ୍ ଯିବାକୁ ପଡିଛି । ଘଟଣାର ଦୀର୍ଘ ୭୨ ଦିନ ପରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୁର୍ବାହ୍ନରେ ସଞ୍ଜୟ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ । ପୂର୍ବାହ୍ନରେ ପୂର୍ବତନ ମୁଖ୍ୟ ସୁରକ୍ଷା ଅଧିକାରୀ ଏସ୍ଡିଜେଏମ୍ କୋର୍ଟରେ ଆତ୍ମ ସମର୍ପଣ କରି ଜାମିନ୍ ପାଇଁ ଆବେଦନ କରିଥିଲେ । ସମସ୍ତ ତଥ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏସ୍ଡିଜେଏମ୍ ସନ୍ତୋଷ କୁମାର ପାଣିଗ୍ରାହୀ ଅଭିଯୁକ୍ତ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ଜାମିନ୍ ଖାରଜ କରିଥିଲେ । ଆଜି ଦ୍ୱିତୀୟ ଅର୍ଧାୟରେ ସୁରକ୍ଷା ଅଧିକାରୀ ପୁଣି ଅତିରିକ୍ତ ଜିଲ୍ଲା ଦୌରା କୋର୍ଟରେ ଏହି ମାମଲାରେ ଜାମିନ୍ ପାଇଁ ଆବେଦନ କରିଥିଲେ । ପିଡିତା ଅଭିଯୋଗକାରିଣୀ ମହିଳା କର୍ମଚାରୀ ମାନ୍ୟବର ଜଜ୍ଙ୍କ ଠାରେ ଜାମିନ୍ ନ ଦେବା ପାଇଁ ଏକ ପିଟିସନ୍ ଦାଖଲ କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ପିଡିତାଙ୍କ ବୟାନ ଏବଂ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ମାମଲାର ବିଚାର କରି ସୁରକ୍ଷା ଅଧିକାରୀଙ୍କ ଜାମିନ୍କୁ ଖାରଜ କରିଥିଲେ । ଅଭିଯୁକ୍ତ ପୂର୍ବତନ ସୁରକ୍ଷା ଅଧିକାରୀଙ୍କ ଛତ୍ରପୁର ବିଚାରଧୀନ କାରଗାରକୁ ପଠାଇଥିଲେ । ଅଭିଯୁକ୍ତ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଓକିଲ ନିରାକାର ମାଳି, ନିତ୍ୟାନନ୍ଦ ମୁଦୁଲି ଓ ବି.ସୁଧୀର ଏବଂ ସରକାରଙ୍କ ପକ୍ଷରୁ ରମେଶ ଚନ୍ଦ୍ର ଚୌଧୂରୀ ଓ ଡମିନାଥ ସାହୁ ମକଦ୍ଦମା ପରିଚାଳନା କରିଥିଲେ । ପ୍ରକାଶ ଥାଉକି ଯେ, ଗତ ମଇ ୨୫ ତାରିଖରେ ଗ୍ରାସିମ୍ କେମିକାଲ୍ସ ମୁଖ୍ୟ ସୁରକ୍ଷା ଅଧିକାରୀ ତାଙ୍କ କ୍ୱାର୍ଟରେ ବଗିଚା ଦେଖାଶୁଣା କରୁଥିବା ଅସ୍ଥାୟୀ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗଞ୍ଜାମ ଥାନାରେ ପିଡିତା ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଏତଲା ଆଧାର ମଧ୍ୟ ରୁଜୁ ହୋଇଥିଲା । ପରେ ଏହି ଘଟଣା କୁ ନେଇ ଗ୍ରାମବାସୀଙ୍କ ସମେତ ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ପୂର୍ବତନ ପଞ୍ଚାୟତ ପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୂଖ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କରିଥଯାଇଥିଲା ଉ ସେବେଠାରୁ ମଧ୍ୟ ଫେରାର ଥିଲେ । ସୁରକ୍ଷା ଅଧିକାରୀ ଆଗୁଆ ଜାମିନ୍ ପାଇଁ ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ୮୦୪୧/୧୯ରେ ଆବେଦନ କରିଥିବା ଜାମିନ୍ରେ ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଗତ ଜୁଲାଇ ୯ ରେ ଏହି ମାମଲାର ଶୁଣାଣି କରିଥିଲେ । ଆଜି ଠାରୁ ୪ ସପ୍ତାହ ମଧ୍ୟରେ ଛତ୍ରପୁର ଏସ୍ଡିଜେଏମ୍ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ । ଏଣୁ ଘଟଣାର ୭୨ ଦିନ ପରେ ସଂଜୟ କୁମାର ସୋମବାର ଛତ୍ରପୁର ଏସଡିଜେଏମ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ ତେବେ ତାଙ୍କ ଜାମିନ୍ ଉଭୟ ଏସଡିଜେଏମ ଓ ଜିଲ୍ଲା ଦୌରା ଜଜ୍ କୋର୍ଟରେ ଖାରଜ ହେବା ପରେ ତାଙ୍କୁ ଛତ୍ରପୁର ଜେଲ୍ କୁ ପଠାଇଦିଆଯାଇଛି । ଏହି ଘଟଣା ସବୁ ମହଲରେ ଆଲୋଡନ ସୃଷ୍ଠିକରିଥିବା ବେଳେ ବାଡ ଯଦି ଫସଲ ଖାଇବ ଆଉ ରକ୍ଷକ ଯଦି ଭକ୍ଷକ ସାଜିବ ତାହା ହେଲେ ଗୁହାରିକରିବା କାହାକୁ ନେଇ ଆଲୋଚନା ହେଉଛିା ତେବେ କୋର୍ଟର ନିଷ୍ପତ୍ତିରେ ପିଡିତାଙ୍କ ପରିବାର ସମେତ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିଛନ୍ତି ।

    LEAVE A REPLY

    Please enter your comment!
    Please enter your name here