ରଖେ ହରି ମାରେ କିଏ

0
68

କଟକ (ଓବି ନ୍ୟୁଜ) ; କଥାରେ ଅଛି ମାରେ ହରି ରଖେ କିଏ ଓ ରଖେ ହରି ମାରେ କିଏ । ଏମିତି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଯାହାକି ପ୍ରମାଣିତ କରୁଛି ଏହି ଉକ୍ତିର । କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାଜନପୁର ଗ୍ରାମରେ ଆଜିଏକ ସ୍କୁଲଗାଡି କନୋଲ ଭିତରକୁ ପଶିଯାଇଥିଲା । ୯ ଜଣ ଛୋଟ ଛୋଟ ସ୍କୁଲ ଛାତ୍ରଛାତô୍ୀ ଘରୁ ଗାଡି ଯୋଗେ ସ୍କୁଲକୁ ଯାଉଥିଲେ । ତେବେ ଭାରସାମ୍ୟ ହରାଇ ଗାଡିଟି ରାସ୍ତା ପାଶ୍ୱର୍ରେ ଥିବା କେନାଲ ଭିତରକୁ ପଶିଯାଇଥିଲା । ତେବେ ଗ୍ରାମବବାସୀମାନେ ଦେଖି ତକ୍ଷଣାତ୍ ଗାଡି ଭିତରୁ ପିଲାମାନଙ୍କୁ ଉଦ୍ଧାର କରି ଚିକିତ୍ସାକେନ୍ଦ୍ରକୁ ନେଇଥିଲେ । ପିଲାଙ୍କ କୌଣସି କ୍ଷତି ହୋଇ ନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here