ମନେ ପଡନ୍ତି ମହାତ୍ମା ଗାନ୍ଧୀ

0
155

ଖଲ୍ଲିକୋଟ (ଓବି ନ୍ୟୁଜ) ; ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ଉତ୍ସବ ପାଳନ ହେଉଛି । ସରକାରୀ ବେସରକାରୀ ସ୍ତରରେ ବିଭିନ୍ନ ସଂଗଠନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଚାରଣ କରାଯାଉଛି । ଏସବୁ ଭିତରେ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଉଛନ୍ତି ଖଲ୍ଲିକୋଟ ବାସିନ୍ଦା । ୧୯୨୭ ମସିହାରେ ଗାନ୍ଧିଜୀ ଖଲ୍ଲିକୋଟର ତକ୍ରାଳିନ ରାକା ରାମଚବ୍ଦ୍ ମର୍ଦ୍ଦରାଜଙ୍କ ରମ୍ଭା ରାଜପ୍ରସାଦକୁ ଆସି କିଛି ସମୟ ବିତାଇଥିଲେ । ସେହି ସ୍ମୃତିକୁ ମନେ ପକାଇ ଭାରତ ସରକାରଙ୍କ ଡାକବିଭାଗ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ସ୍ୱାକ୍ଷର ବହନ କରୁଥିବା ତଥା ରାଜପ୍ରସାଦରୁ ସଂଗୃହୀତ ହୋଇଥିବା ଏକ ସ୍ମୃତିକୁ ନେଇ ସ୍ୱତନ୍ତ୍ର ଡାକଲଫାପା ଉନ୍ମୋଚନ କରାଯାଇଛି । ଅବସର ଥିବା ଖଲ୍ଲିକୋଟ ରାଣିସାହେବା ଭି.ସୁଜ୍ଞାନୀ କୁମାରୀ ଦେଉଙ୍କ ୮୨ ତମ ଜୟନ୍ତି ଉତ୍ସବ ପାଳନ । ଜୟନ୍ତି ସମିତି ପକ୍ଷରୁ ସୋମବାର ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପରେ ଜୟନ୍ତି ସମାରୋହ ଉତ୍ସବ ପାଳନ ସହ ମହାତ୍ମା ଗାନ୍ଧୀଙ୍କ ସ୍ୱାକ୍ଷର ବହନ କରୁଥିବା ସ୍ୱତନ୍ତ୍ର୍ର ଲଫାପାର ଉନ୍ମୋଚନ ସହ ମହାତ୍ମାଗାନ୍ଧୀ ଜୀବନୀ ସଂପର୍କୀୟ ଡାକଟିକଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈ÷ଦ୍ୟ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଛତ୍ରପୁର ସୁବାଷ ବେହେରା, ସୁର୍ଯ୍ୟପୂଜା ସାହିତ୍ୟ ସଂସଦର ସଂପାଦକ ମହେଶ ବରାଡ,ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ମିନାଖି ସାହୁ,ଡଃ ସକେତ,ବିପ୍ରଚରଣ ସାହୁ,ବନବିହାରୀ ଦାଶ,ରତ୍ନାକର ସାହୁ, ନରେନ୍ଦ୍ର ପାତ୍ର ପ୍ରମୂଖ ଉପସ୍ଥିତ ରହି ରାଣି ସାହେବାଙ୍କ ଦୀର୍ଘ ଯୀବନ କାମନା କରିବା ସହ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଥିଲେ । ଏ ଅବସରରେ ବ୍ରହ୍ମପୁର ପୋଷ୍ଠ ମାଷ୍ଠର ଜେନେରାଲ ଙ୍କ ସମେତ ବିଭାଗର ବହୁ ପଦସ୍ଥ ଅଧୀକାରି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here