ଜି.ଉଦୟଗରି(ଓବି ନ୍ୟୁଜ୍) : ଜି.ଉଦୟଗିରି ବ୍ଲକ ଅଧିନସ୍ଥ କଳିଙ୍ଗା ଛକ ର ପ୍ରାୟ ୨ କି. ମି ପୂର୍ବରୁ ଏକ କାର ଦୁର୍ଘଟଣା ରେ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଫୁଲବାଣୀ ବ୍ରହ୍ମପୁର ଜାତୀୟ ରାଜପଥ ରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା କଳିଙ୍ଗା ପଞ୍ଚାୟତ ଗଦୀଙ୍ଗିଆ ଯାତ୍ରୀ ବିଶ୍ରମାଗାର ନିକଟରେ ଏକ ସୂଜୁକି ଦିଯାଇର କାର (ଗାଡ଼ି ନମ୍ବର ଙଊ-୩୩ଠ ୯୧୩୩) ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୫ ଫୁଟ ତଳକୁ ଖସି ଯିବାରୁ ଗାଡ଼ିରେ ବସିଥିବା ୬ ଜଣ ଆହତ ହୋଇଛନ୍ତି।
ଜି.ଉଦୟଗିରି ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ୩ ଜଣଙ୍କ ଅବସ୍ଥା ଖରାପ ଥିବାରୁ ସେମାନଙ୍କ ସହ ଅନ୍ୟ ୩ ଜଣ ଆହତ (୬ ଜଣ) ଙ୍କୁ ଭଞ୍ଜନଗର ଡାକ୍ତରଖାନା କୁ ପଠାଇ ଦେଇଥିଲେ। ଖବର ଲେଖା ବେଳକୁ କାହାର ପରିଚୟ ମିଳିପାରିନଥିଲା।