ପାଣି ପରି ଧୋଇଗଲା ଯୋଜନା

0
94

ବ୍ରହ୍ମପୁର (ଓବି ନ୍ୟୁଜ୍) :ଲଘୁଚାପ ସୃଷ୍ଟି ହେଲେ ବ୍ରହ୍ମପୁରରେ ହୁଏ ବର୍ଷା । ଏବେ ସହରରେ ପୁଣି ଥରେ ସେହି ସ୍ଥିତି ସୃଷ୍ଟି ହୋଇଛି । ହେଲେ ଏହି ଲଗାଣ ବର୍ଷା ବ୍ରହ୍ମପୁର ମହାନଗର ନିଗମର ୩୩ ନମ୍ବର ୱାଡ୍ ଅନ୍ତର୍ଗତ ଗଜପତି ନଗର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବର୍ଷା ହେଉ କି ବାତ୍ୟା ହେଉ ଅନେକ ତିକ୍ତ ଅନୁଭୂତ ଅତିତରେ ସାଉଁଟିଛନ୍ତି ଏହି ଅଂଚଳର ବାସିନ୍ଦା । ଗଜପତି ନଗର ଭିତର ଦେଇ ଯାଇଥିବା ବାହାନା ନାଳ ଏହି ସମସ୍ୟାର ଆଉ ଏକ କାରଣ ବନି ଥିବାରୁ ସେହି ନାଳର ପ୍ରଶସ୍ତିକରଣ ପାଇଁ ଅର୍ଥ ମଞ୍ଜୁର ହୋଇଛି କାମ ମଧ୍ୟ ଆରମ୍ଭ ହୋଇଛି । ତେବେ ବିଡ଼ମ୍ବନା ଏହି ଯେ ଦୀର୍ଘ ବର୍ଷ ହେଲା ଏହି କାମ ଚାଲିଛି ହେଲେ ସଂପୂର୍ଣ୍ଣ ହେବାର ନାମ ଧରୁ ନାହିଁ । ଏଣୁ ବର୍ଷା ଋତୁ ଆସିଲେ ଅଂଚଳ ବାସିନ୍ଦା ତ୍ରାହି ତାହି ଡ଼ାକୁଛନ୍ତି ।
ଡ଼୍ରେନେଜ ବିଭାଗର ମନ୍ଥର କାର୍ଯ୍ୟ ଯୋଗୁଁ ଅଂଚଳ ବାସିନ୍ଦାଙ୍କ ମହଲରେ କ୍ଷୋଭ ପ୍ରକାଶ ପାଉଛି । ଅନ୍ୟ ପଟେ ଏନେଇ ବ୍ରହ୍ମପୁର ମହାନଗର ନିଗମର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ସମସ୍ୟାର ସମାଧାନ ହୋଇ ପାରୁନଥିବା ଗଜପତି ନଗର ଉନ୍ନୟନ ସମିତି ପକ୍ଷରୁ ଅଭିଯୋଗ କରାଯାଇଛି । ନୀୟମିତ ଟିକସ ପୈଠ ହେଉଥିଲେ ବି ନିଗମର ସେବା ମିଳୁନଥିବା ଅଭିଯୋଗ ହୋଇଛି । ଗତକାଲି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ଗଜପତି ନଗରର ବିଭିନ୍ନ ସାହି ପ୍ରଭାବିତ ହୋଇଛି ଓ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ଏଣୁ ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆଇନର ଆଶ୍ରୟ ନେବୁ ବୋଲି ସମିତିର ସାଧାରଣ ସମ୍ପାଦକ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here