ବଦଳି ଯିବେ ଡିଜିପି

0
111

ଭୁବନେଶ୍ୱର (ଓବି ନ୍ୟୁଜ୍) : ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ । ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହି ନାମକୁ ଅନୁମୋଦନ କରିଛନ୍ତି । ଏନେଇ ରାଜଭବନରୁ ମିଳିଛି ସୂଚନା । ଏଣୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି ଡିଜିପି ଶ୍ରୀ ଶର୍ମା । ଏହି ପଦବି ପାଇଁ ପୂର୍ବରୁ ଆର. ପି ଶର୍ମାଙ୍କ ନାମ ହିଁ ଚର୍ଚ୍ଚାରେ ଥିଲା । ଆଉ ତାକୁ ନେଇ କଳ୍ପନା ଜଳ୍ପନା ମଧ୍ୟ ଲାଗି ରହିଥିଲା । ହେଲେ ଆଜି ସେଥିରେ ପୂର୍ଣ୍ଣଛେଦ ପଡ଼ିଛି ।
ଅନ୍ୟ ପଟେ ଓଡ଼ିଶାର କିଏ ହେବ ପରବର୍ତି ପୁଲିସ ମହା ନିର୍ଦ୍ଦେଶକ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ସୁନୀଲ ରାଏ ହେବେ ନା ସନ୍ତୋଷ ଉପାଧ୍ୟାୟ ନା ହେବେ ବି.କେ ଶର୍ମା ଏମିତି କିଛି ନାମକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ କେନ୍ଦ୍ର ସରକାରଙ୍କ ନୂଆ ନୀୟମ ପ୍ରକାରେ ରାଜ୍ୟ ସରକାର କିଛି ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସସିକୁ ପଠାଇବେ ଆଉ ସେମାନଙ୍କ ମଧ୍ୟରୁ ତିନିଜଣ ବରିଷ୍ଠ ଅଧିକାରୀଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ ୟୁପିଏସସି । ଏଣୁ ତାକୁ ଏବେ ସମସ୍ତଙ୍କର ଅପେକ୍ଷା ।

LEAVE A REPLY

Please enter your comment!
Please enter your name here