ମୋହନା ରେ ଚୋରା ଗଞ୍ଜେଇ ଜବତ

    0
    158

    ମୋହନା (ଓବି ନ୍ୟୁଜ୍)( ସୁବିତ୍ କୁମାର ନାୟକ) ; ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ୧ ଘଣ୍ଟା ସମୟରେ ମୋହନା ଥାନା ଆଇ ଆଇ ସି ସୁଜିତ୍ ନାୟକଙ୍କ ସମେତ ପୋଲିସ କର୍ମଚାରୀ ବଡ଼ ସିନ୍ଧିବା ଛକ ନିକଟରେ ପେଟ୍ରୋଲିଂ କରିବାବେଳେ ଜଣେ ବ୍ୟକ୍ତିଙ୍କ ପାଖରୁ ୧୧ ବସ୍ତା ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି । ସମୁଦାୟ ଗଞ୍ଜେଇ ର ଓଜନ ୧୮୦ କିଲୋଗ୍ରାମ ଓ ଏହାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମୋହନା ଥାନା ଅନ୍ତର୍ଗତ ମର୍ଦ୍ଦାମୂଳି ଗ୍ରାମର ଗୟାନ ମାଝୀଙ୍କ ପୁଅ ଗୁରୁବାରିଆ ମାଝି ବୋଲି ଜଣାପଡିଛି । ଏନେଇ ଥାନାରେ ୧୩୩/୧୯ ପ୍ରକାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

    LEAVE A REPLY

    Please enter your comment!
    Please enter your name here