ଧର୍ମଗଡ (ଓବି ନ୍ୟୁଜ୍)(ସୁଧୀର କୁମାର ଗୋପାଳ) :- ଆସନ୍ତା ଅଗଷ୍ଟ ୮ରେ ଥିବା ଜାତୀୟ କୃମି ନାଶକ ଦିବସ ପାଇଁ ପର୍ଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଏକ ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ ପ୍ରତେକ ସରକାରୀ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଧର୍ମଗଡ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅରୁପାନନ୍ଦ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପର୍ଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ ସଞ୍ଜୀବ ନାଏକ, ବ୍ଳକ ପ୍ରୋଗ୍ରାମ୍ ମେନେଜର ବିଶ୍ବମୋହନ ଠାକୁର, ପବ୍ଳିକ ହେଳଥ୍ ଏଜୁକେଶନ୍ ଅଫିସର କିଶୋର ଚନ୍ଦ୍ର ପଟେଲ, ମେଲେରିଆ ଟେକ୍ନିକାଲ୍ ମେନେଜର ପ୍ରିୟ ରଞ୍ଜନ ମୁଣ୍ଡ ଉପସ୍ଥିତ ହୋଇ ନିଜ ନିଜ ମତ ରଖିଥିଲେ । ଆସନ୍ତା ଅଗଷ୍ଟ ୮ ରେ ଥିବା କୃମି ଦିବସରେ ୧ ରୁ ୧୯ ବର୍ଷ ବୟସର ପିଲାମାନଙ୍କୁ ବିଦ୍ୟାଳୟରେ ଓ ଅଙ୍ଗନୱାଡି କେନ୍ଦ୍ରରେ ଔଷଧ ଖୁଆଇବା ପାଇଁ ଆଲୋଚନା କରିଥିଲେ। ଯେଉଁମାନେ ସେ ଦିନ ଖାଇ ନ ପାରିବେ ୧୬ ତାରିଖ ଦିନ ମଫ ଅଫ ଡେ ରେ ଖାଇବା ସୁବିଧା କରାଯିବା କହିଥିଲେ। କୃମି ସଂକ୍ରମଣରୁ ଦୁରେଇ ରଖିବା ପାଇଁ ନଖ ପରିଷ୍କାର, ଖାଇବା ଘୋଡାଇ ରଖିବା, ପରିବେଶ ସଫା ରଖିବା ଏହା ଉପରେ ଆଲୋକପାତ କରିଥିଲେ ।