ଜି.ଉଦୟଗିରି ରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି

    0
    82

    ଜି.ଉଦୟଗିରି (ଓବି ନ୍ୟୁଜ୍)( ପ୍ରତାପ ଚନ୍ଦ୍ର ପାଢୀ) ; ସ୍ଥାନୀୟ ବ୍ଲକ ମିଟିଂ ହଲ ପରିସରରେ ଜି.ଉଦୟଗିରି ପୋଲିସ୍ ଏସ.ଡି.ପି.ଓ ଶ୍ରୀ ଜୟକୃଷ୍ଣ ବେହେରା ଙ୍କ ସଭାପତିତ୍ବ ରେ ୭୩ ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭ ରେ ଭାରପ୍ରପ୍ତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ର ବିବରଣୀ ପାଠ କରିଥିଲେ । ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ରେ ହେବାକୁ ସ୍ଥିର କରାଯାଇଥିବା ବେଳେ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ନିଜ ନିଜ ମହାବିଦ୍ୟାଳୟ ରେ ସମ୍ପନ୍ନ କରି ଆସନ୍ତା ୧୩ ତାରିଖ ସୁଦ୍ଧା ସୂଚନା ଓ ଲୋକସଂପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚାଇବାକୁ ସ୍ତିର କରାଯାଇଥିଲା । ସ୍ଵାଧୀନତା ଦିବସ ଦିନ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ଘ ୦୭.୧୫.ମିନିଟ ପତାକା ଉତ୍ତୋଳନ କରି ନଗର ପରିଭ୍ରମଣ ଶେଷ ସହ ହବକ୍ ଉଚ୍ଚ ବିଦ୍ୟାଳୟ ପଡିଆ ରେ ମିଳିତ ପ୍ୟାରେଡ୍ ରେ ଯୋଗଦେବାପାଇଁ ବୈ÷ଠକରେ ନିଷ୍ପତି ନିଆଯାଇଥିଲା । ଏନସିସି ପ୍ୟାରେଡ୍ ର ପ୍ରାକ୍ ପ୍ରସ୍ତୁତି ସକାଶେ ହାବାକ୍ ଉଚ୍ଚବିଦ୍ୟାଳୟ ର ଏନସିସି ଶିକ୍ଷକ ଶ୍ରୀ ବିଜୟ ମିଶ୍ର ଙ୍କୁ ଦାୟିତ୍ଵ ଦିଆଯଅଇଥିଲା । ଉକ୍ତ ବୈଠକ ରେ ସ୍ଥାନୀୟ ଭାରାପ୍ରାପ୍ତ ଆଇଆଇସି ଶ୍ରୀ ରାଜେନ୍ଦ୍ର କୁମାର ମୁନି,ଅଗ୍ନିଶମ ଅଧିକାରୀ ଶ୍ରୀ ଭବେନ୍ଦ୍ର ନାଥ ଦେ, ବ୍ଲକ ଏ.ଓ, ଜି.ପି.ଓ ଓକିଲ ସଂଘ ସଭାପତି ଓ ସମ୍ପାଦକ, ବ୍ୟବସାୟୀ ସଂଘ ସଭାପତି ଓ ସମ୍ପାଦକ, ଅବସର ପ୍ରାପ୍ତ ସାମରିକ କର୍ମଚାରୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ,ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା ବିଡବ୍ଲୁଡି କନିଷ୍ଠ ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର‌୍ୟ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ସରକରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜ୍ଞାନରଞ୍ଜନ କର ସହଯୋଗ କରିଥିବେ ବେଳେ ଶେଷରେ ପୋଲିସ୍ ଏସଡିପିଓ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

    LEAVE A REPLY

    Please enter your comment!
    Please enter your name here