୭ ଶିଶୁ ଗଲେ ଗୁଜୁରାଟ

    0
    151

    ଗଜପତି (ଓବି ନ୍ୟୁଜ)(ଗଣେଷ କୁମାର ରାଜୁ) ; ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି’ର ମିଳିତ ଉଦ୍ୟମରେ ଗଜପତି ଜିଲ୍ଲାର ୭ ଜଣ ଛୋଟ ପିଲାଙ୍କୁ ସେମାନଙ୍କ ଜନ୍ମଗତ ହ୍ରୁଦ୍ ରୋଗ ଅସ୍ତ୍ରୋପଚାର ପାଈଁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ବାଲ-ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ସହଲ ସ୍ବାସ୍ଥ୍ୟ ଓ ଚିକିତ୍ସ୍ୟା ପାଈଁ ଗୁଜୁରାଟ’ର ଅହମ୍ମଦାବାଦ ଆଜି ପଠାଯାଇଛି । ଅସ୍ତୋପଚାର ପାଈଁ ଯାଇଥିବା ପିଲାମାନେ ଜିଲ୍ଲାର ସ୍କୁଲ , ଅଙ୍ଗନବାଡି ଓ ଗ୍ରାମର ।ଏମାନଙ୍କୁ ପୁର୍ବରୁ ରାଷ୍ଟ୍ରୀୟ ବାଲ-ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ର ମୋବାଇଲ ହେଲଥ ଟିମ ଦ୍ବାରା ଚିହ୍ନଟ ଓ ପରୀକ୍ଷା କରାଯାଇ ଜନ୍ମଗତ ହ୍ରୁଦ୍-ରୋଗ ‘ର ପୋଜିତିଭ୍ ଥିବା ଜଣା ପଡ଼ିବା ପରେ ସେମାନଙ୍କୁ ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ହସପିଟାଲ କୁ ପଠାଯାଇଛି । ସେମାନଙ୍କ ସହିତ ସେମାନଙ୍କ ଜଣେ ଲେଖାଏଁ ଅଭିଭାଵକ ସଦସ୍ୟ ମଧ୍ୟ ଯାଇଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ସେମାନେ ସମସ୍ତେ ଆଜି ରାଜ୍ୟ ର ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସେଲ ର ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ଗଜପତି ଜିଲ୍ଲା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ର ମେନେଜର ସାଇ ପ୍ରସାଦ ଦାସ ଏବଂ ସାଇକୋଲୋଜିଷ୍ଠ ମନୋରଞ୍ଜନ ନାୟକଙ୍କ ସହିତ ଭୁବନେଶ୍ୱର ଯାଇ ସେଠାରୁ ଫ୍ଲାଇଟ ଯୋଗେ ଅହମ୍ମଦ।ବାଦ ଗ୍ରସ୍ତ କରିଛନ୍ତି ।
    ଜିଲ୍ଲାପାଳ ଅନୁପମ ଶାହା , ଏବଂ ସିଡ଼ିଏମଓ ଡାଃ ଗୁନୁରାଣୀ ପଟନାୟକ , ପ୍ରମୁଖ ଏମାନଙ୍କ ଆରୋଗ୍ୟ କାମନା କରି ଖୁବଶିଘ୍ର ଭଲରେ ଆସିବାକୁ ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ସହିତ ସିଡିଏମଓ ଡାଃ ଗୁନୁରାଣୀ ପଟନାୟକ , ଡିପିଏମ ସୌମ୍ୟା ରାଣୀ ଗୌଡ ଏବଂ ଡିଏମଏସ- ଡାଃ ରମେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
    ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଏନଏଚଏମ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଶାଳୀନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵଧ୍ୟାନରେ ସଫଳତାର ସହ ଆଗେଇ ଚାଲିଥିବା କୁହାଯାଇଛି ।

    LEAVE A REPLY

    Please enter your comment!
    Please enter your name here