ପୁଲିସ ହାତରେ ଧରାପଡ଼ିଲା ନୟନ

0
299

ହିଞ୍ଜିଳିକାଟୁ (ଓବି ନ୍ୟୁଜ): ବିଭିନ୍ନ ଅପରାଧରେ ଜଡ଼ିତ ଥିବା ଚକା ନୟନ ପରିଡ଼ା ଶେଷରେ ପୁଲିସ ହାତରେ ଧରାପଡ଼ିଛି । ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ଅଞ୍ଚଳର ଚକା ବିରୋଧରେ ବିଭିନ୍ନ ମାମଲା ହିଞ୍ଜିଳି ଥାନାରେ ଥିଲା । ପୁଲିସକୁ ଚକମା ଦେଖାଇ ସେ ଫେରାର୍ ଥିବା ବେଳେ ଗୋଟିଏ ମାମଲାରେ ସେ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇ ହିଞ୍ଜିଳି ବିଚାରବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲା ।
ତେବେ ପୂର୍ବରୁ କୋର୍ଟ ନିକଟରେ ସାଧା ପୋଷାକରେ ଛକି ବସିଥିଲେ ହିଞ୍ଜିଳି ପୁଲିସ ଥାନା ପୁଲିସର ଅଧିକାରୀମାନେ । ତୁରନ୍ତ ତାକୁ ସେଠାରୁ ଉଠାଇ ନେବା ପରେ ପୁଲିସ ଚମାଖଣ୍ଡି ଥାନାକୁ ପଠାଇ ଦେଇଛି ତାକୁ । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here