ଇଣ୍ଡିଆନ ବ୍ୟାଙ୍କରେ କୋଦଳା ପୁଲିସର ମକଡ଼୍ରିଲ୍

0
20

ବେଗୁନିଆପଡ଼ା (ଓବି ନ୍ୟୁଜ): ମଙ୍ଗଳବାର କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ କୋଦଳା ପୁଲିସ ତରଫରୁ ଚୋରି, ଲୁଟପାଟ୍ ଓ ଅନ୍ୟାନ୍ୟ ଦୁର୍ବିପାକରୁ ଶାଖାକୁ କିପରି ରକ୍ଷା କରାଯାଇ ପାରିବ ଏଥି ପାଇଁ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦିପ୍ତି ରଞ୍ଜନ ବେହେରା, ଏ.ଏସ.ଆଇ ଲୋକନାଥ ବେହେରା ସମେତ ଥାନା, ଫାଣ୍ଡି କର୍ମଚାରୀ, ବ୍ୟାଙ୍କ ମ୍ୟାନେଜର ଜନ୍ମଞ୍ଜୟ ଦାଶ, ସମସ୍ତ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ଗ୍ରାହକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here