ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର): ସହର ରେ ଦିନକୁ ଦିନ ଲୁଟ,ବ୍ୟାଙ୍କ୍ ଡକାୟତି କରି ଲୁଟେରା ଗ୍ୟାଙ୍ଗ ସକ୍ଷମ ହୋଇଥିବା ନଜର ରହିଛି । ଏହାକୁ ପୋଲିସ କିପରି ରୋକି ପାରିବ ଓ ବ୍ୟାଙ୍କ ମାନଙ୍କରେ ସୁରକ୍ଷା ବ୍ୟବସ୍ଥା ଯାଂଚ ପାଇଁ ଗଂଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଅପରାହ୍ନରେ ଭାରତୀୟ ଷ୍ଟେଟବ୍ୟାଙ୍କ ହିଂଜିଳିକାଟୁ ଶାଖାରେ ହିଞ୍ଜିଳି ପୋଲିସ ଲୁଟେରାଙ୍କ ଚଦ୍ମ ବେଶ ରେ ମକଡ଼୍ରିଲ କରିଛି। ପୋଲିସ ପୂର୍ବ ରୁ ପ୍ରସ୍ତୁତି ହୋଇ ୫ ଜଣ କର୍ମଚାରୀ ମୁଖାଧାରୀ ଲୁଟେରା ବେଶ୍ ଧରି ହାତରେ ବନ୍ଧୁକ ଓ ଖଣ୍ଡା ଧରି ବ୍ୟାଙ୍କ ମଧ୍ୟରେ ପଶି ଆତଙ୍କ ଖେଳାଇଥିଲେ । ଗ୍ରାହକ ମାନେ ଲୁଟେରା ଗ୍ୟାଙ୍ଗ ଭାବି ପ୍ରାଣବିକଳରେ ଦୌଡ଼ିବାକୁ ଲାଗିଥିଲେ ।
ବ୍ୟାଙ୍କର ସାଇରନ ବାଜିବାରୁ ପୁଲିସ ଘଟଣା ସ୍ଥଳରେ ପଂହଚି ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ଏହି ଭଳି ମକଡ଼୍ରିଲ କରିଥିଲା ପୁଲିସ। ଏହାକୁ ଦେଖି ଗ୍ରାହକ ସାଧାରଣ ଜନତା ଭୟଭୀତ ହୋଇଥିଲେ। ଥାନା ବାବୁ ଏହା ପୋଲିସର ମକଡ଼୍ରିଲ ଥିଲା ବୋଲି କହିଥିଲେ। ଥାନା ଭାରପ୍ରାପ୍ତ ଅଧିକାର ଏସବିଆଇ ହିଂଜିଳିକାଟୁ ଶାଖାର ପରିଚାଳକ ସତ୍ୟାଶିଷ ପଟ୍ଟନାୟକଙ୍କ ସହ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା, ସିସି ଟିଭି କାର୍ୟ୍ୟକାରୀ ସକାଶେ ଆଲୋଚନା କରିଥିଲେ। ଉକ୍ତ ମକଡ଼୍ରିଲ କାର୍ୟ୍ୟକ୍ରମରେ ଥାନାର ଏସ.ଆଇ ବିଶ୍ୱଜିତ ନାୟକ, ମମତା ସାମନ୍ତରାୟ, ପ୍ରଦିପ୍ତ କୁମାର ଦାଶ, ହାବିଲଦାର ରାଜିବ କୁମାର ପାଢି, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ଓ ଅନ୍ୟାନ୍ କର୍ମଚାରୀ ପ୍ରମୁଖ ଏହି ମକଡ଼୍ରିଲ ରେ ଭାଗ ନେଇ ଥିଲେ ।