ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଂଜାମ ବ୍ଲକ ଅନ୍ତର୍ଗତ ହୁମା ଗ୍ରାମରେ ଲଗାଣ ବର୍ଷାରେ ଦୁଇ ଜଣଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି।କୈବର୍ତ୍ତ ସାହିର ସବିତା ପାଳ ଓ ଗୋପୀନାଥ ସାହିର ପୂର୍ଣ ସାହୁ ଙ୍କ ଘର ଭାଙ୍ଗିଛି।ଘରଭାଙ୍ଗି ଯାଇଥିବାରୁ ଘରେ ରହିଥିବା ଘର କରଣା ଜିନିଷ ପତ୍ର ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି।ଯାହାକି ନେଇ ଦୁଇ ପରିବାର ନାହିଁ ନଥିବା ଅସୁବିଧାର
ସମ୍ମୁଖୀନ ହୋଇଥିବା ଜଣ ପଡିଛି।ଖବର ପାଇ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରମୋହନ ସାହୁ ଓ ସ୍ତାନୀୟ ଜଓ ସଶ୍ମିତା ବେହେରା ପହଞ୍ଚି ଉଭୟ ପରିବାର କୁ ପଲିଥିନ ପ୍ରଦାନ କରି ଥିଲେ।ଉକ୍ତ ଦୁଇ ପରିବାର କୁ ସରକାର ଙ୍କ ଆବାସ ଯୋଜନାରେ ଗୃହ ପ୍ରଦାନ ନିମନ୍ତେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।