ଗଞ୍ଜାମ(ଓବି ନ୍ୟୁଜ)(ଉମାକାନ୍ତ ବେହେରା): ଗଂଜାମ ଘଇଉ ଅନ୍ତର୍ଗତ ୩ ନମ୍ବର ୱାର୍ଡ ଆଖଡା ବନ୍ଧ ସାହିରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରିବା ଯୋଗୁଁ ସାହି ମଧ୍ୟରେ ବର୍ଷା ଜଳ ଲହଡି ମାରୁଥିବା ପରିଲକ୍ଷିତ ହେଉଛି। ସାହି ବସିନ୍ଦା ଉକ୍ତ ବର୍ଷା ଜଳ ଦେଇ ଯିବା ଆସିବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଘରୁ ବାହାରିବାକୁ ହେଲେ ପାଣି ମଧ୍ୟଦେଇ ଯିବାକୁ ପଡୁଛି।ଛାତ୍ର ଛାତ୍ରୀ ମାନେ ମଧ୍ୟ ସ୍କୁଲ କଲେଜ ଯିବାରେ ସମସ୍ୟା ସୃଷ୍ଟି ହେଉଛି।ଅନ୍ୟ ପଟେ ମଶା ମାଛି ଙ୍କ ପଦ୍ରୁଭାଵ ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଜଳ ନିଷ୍କାସିତ ନିମନ୍ତେ ଡ୍ରେନ ବ୍ୟବସ୍ଥା ନଥିବା ଏବଂ ସହି ମଧ୍ୟରେ ପକ୍କା ରାସ୍ତା ନିର୍ମାଣ ବୋଇନଥିବା ଯୋଗୁଁ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ବେଳେ ଏନେଇ ବାରଂବାର ଘଇଉ କର୍ତୁପକ୍ଷ ଙ୍କୁ ଅବଗତ କଲେ ମଧ୍ୟ କୌଣସି ସୁଫଳ
ମିଳିନଥିବା ଯୋଗୁଁ ସାହି ବାସିନ୍ଦା ଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।କାର୍ୟ୍ୟନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ ଓ
ଅନ୍ୟ କର୍ମକର୍ତା ସାହି ପରିଦର୍ଶନ କରିଥିବା ଜଣା ପଡ଼ିଛି।ଏନେଇ ତୁରନ୍ତ ଏହାର ପ୍ରତିକାର ନିମନ୍ତେ ଘଇଉ କତ୍ତୃପକ୍ଷ ପଦକ୍ଷପ ନେବା ନିମନ୍ତେ ସାହି ବସିନ୍ଦା ଦାବୀ କରିଛନ୍ତି ।
Very nice Bhai