ଜିଲ୍ଲାସ୍ତରୀୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୧୯

    0
    140

    ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ସ୍ଥାନୀୟ ସିଡିପିଓକାର୍ଯ୍ୟାଳୟ ନିକଟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଛତ୍ରପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ -୨୦୧୯ମହାସମାରୋହରେ ଜଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଅଗଷ୍ଟ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପି ବିଶ୍ୱ ସ୍ତନ୍ୟପାନ ସପ୍ତାହ କରାଯାଇ ମା ମାନଙ୍କୁ ସଚେତନତା କରାଯାଇଛି । ଏହି ପରିପ୍ରେକ୍ଷୀରେ ଦିବସ ଉପରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଆୟୁସ ଡାକ୍ତର ମଧୁସ୍ମିତା ବେହେରା ଯୋଗଦେଇ ଉପସ୍ଥିତ ମା ଓ ଅଙ୍ଗନାବଡୀ କର୍ମୀ ଏବଂ ସୁପରଭାଇଜର ମାନଙ୍କୁ ବିଶ୍ୱ ସ୍ତନ୍ୟ ସପ୍ତାହ ଉପରେ ଆଲୋକପାତ କରିଥିଲେ । ଏହି ସମାରୋହ କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହ ବିଶ୍ୱ ସ୍ତନ୍ୟପାନ ଦିବସ ସଂପର୍କରେ ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ସମେତ ବହୁ ଅଙ୍ଗନବାଡୀ, ସୁପରଭାଇଜର ଏବଂ ମହିଳା ମାନେ ଉପସ୍ଥିତ ଥିଲେ । ଶେଷରେ ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୧ ଟି ସେକ୍ଟର ର ୧୧ଜଣ ସୁସ୍ଥ ଶିଶୁଙ୍କ ମା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଅନୁଷ୍ଠିତ କୁଇଜ ପ୍ରତିଯୋଗିତା କୃତୀତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲ।।

    LEAVE A REPLY

    Please enter your comment!
    Please enter your name here