ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଥିବା ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ କୁ ବ୍ରହ୍ମପୁର ଠାରୁ ଛତ୍ରପର କୁ ଆସିବାର ରହିଥିବା କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଛତ୍ରପୁର ନାଗରିକ କମଟି ପକ୍ଷରୁ ଦାବୀ । ଏହାକୁ ନଆସିବା ନିମନ୍ତେ ଯେଉଁ ମାନେ ବିରୁଦ୍ଧ କରୁଛନ୍ତି ତାହାକୁ ନାଗରିକ କମଟି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଦରକାର ପଡିଲେ ଏନେଇ ବଡ ଧରଣ ଜନଆନ୍ଦୋଳନ କରାଯିବ ବୋଲି କମିଟି ପକ୍ଷରୁ ଆଜି ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ଗୋକୁଳ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏବଂ ଗଂଜାମ ଜିଲ୍ଲାପାଳଙ୍କୁ ଏଥିନିମନ୍ତେ ସାଧୁବାଦ ଜଣାଯାଇଛି । ରାଜ୍ୟ ସମସ୍ତ ଜିଲ୍ଲାରେ ଡିଇଓ ଓ ଡିପିସି ଅଫିସ ଗୋଟିଏ ସ୍ଥାନରେ ରହିଥିବା ବେଳେ ଗଂଜାମ ଜିଲ୍ଲାରେ ବ୍ରହ୍ମପୁର ରେ ଡିଇଓ ଅଫିସ ଓ ଛତ୍ରପୁର ଠାରେ ଡିପିସି ଅଫିସ ରହିଛି । ତେଣୁ ଡିଇଓ ଓ ଡିପିସି କାର୍ଯ୍ୟାଳୟ ମିଳିତ ଭାବେ ରହିଲେ ଜସାଧାରଣଙ୍କ ଠାରୁ ଆରମ୍ଭ ସମସ୍ତ ଲୋକମାନେ ଉପକୃତ ହୋଇପାରିବେ ।ଏହାସହିତ ଡିଇଓ ଅଫିସ ଭଳି ଅନ୍ୟ ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ହେଡକ୍ୱାର୍ଟର ଛତ୍ରପୁରକୁ ସ୍ଥାନାନ୍ତର ପାଇଁ ଦାବୀ କରାଯାଇଛି । ଏହାକୁ ଛତ୍ରପୁର ଆଖପାଖ ଅଂଚଳର ବହୁ ଶିକ୍ଷକ ସଂଘ ମଧ୍ୟ ସମର୍ଥନ ଜଣାଇଛନ୍ତି । ସେହିଭଳି ଛତ୍ରପୁର ଏନଏସି କୁ ମୁନିଷିପାଲଟି ଷୋଷଣା କରିବା, ଉପଖଣ୍ଡ ଚିକିତ୍ସାଳୟ କୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ପ୍ରଦାନ ନିମନ୍ତେ କମିଟି ପକ୍ଷରୁ କୁହାଯାଇଛି । ଅତିତରେ ଛତ୍ରପୁର କୁ ବହୁ ଅବହେଳା କରାଯାଇଛି । କାରଣ ଜିଲ୍ଲାର ହେଡକ୍ୱାର୍ଟର ହୋଇଥିଲେ ସୁଦ୍ଧା ଏଠାରେ ସେମିତି କିଛି କାର୍ଯ୍ୟକ୍ଷମ ହୋଇନି । ତେଣୁ ଛତ୍ରପୁର ମାଟି ଆନ୍ଦୋଳନର ମାଟି ଖୁବ୍ ଏଠାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଣାଯାଉ । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ନାଗରିକ କମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଉପସଭାପତି ତଥା ଆଇନଜିବୀ ପ୍ରଦୀପ କୁମାର ପାଢୀ, ସାଧାରଣ ସଂପାଦକ ସୁଧୀର କୁମାର ସାହୁ, ଆଇନଜିବୀ ରାଜେନ୍ଦ୍ର ଦାସ, ରିକାପଲ୍ଲୀ ବ୍ୟାଘ୍ରଦେବୀ ବଣିକ ସଂଘର ସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ଅପରବସଷ୍ଟାଣ୍ଡ ବ୍ୟବସାୟୀ ସଂଘର ସଭାପତି ବି.ରାଜୁବାବୁ, ୟୁଥମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ପୂର୍ବତନ କାଉନସିଲର ତୁଷାର କାନ୍ତ ପାଣ୍ଡି, ଶିକ୍ଷକନେତା ବିଷ୍ଣୁ ନାରାୟଣ ପଣ୍ଡା, ଦିଲ୍ଲିପ ପଲାଇଙ୍କ ସମେତ ବହୁ ବୁଦ୍ଧିଜିବୀ, ଆଇନଜିବୀ, ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ସୂଚନା ଥାଉକି ଯେ ଗଂଜାମ ଜିଲ୍ଲା ହେଡକ୍ୱାର୍ଟର ଛତ୍ରପୁର କୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ । ଛତ୍ରପୁର ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ କାର୍ଯ୍ୟାଳୟ ରହିଛି । ଛତ୍ରପୁରରେ ଡିଇଓ ଓ ଡିପିସି ଅଫିସ ସଥ-ଇ କାର୍ଯ୍ୟକ୍ରମ ଅଧିନରେ ଚାଲିବ । ଡିଇଓ –ଡିପିସି ଅଫିସ ମିଶି ଗୋଟିଏ ଅଫିସ ହେବ ବୋଲି ମେ ୧୭ ତାରିଖରେ ଭୂବନେଶ୍ୱରସ୍ଥିତ ଓଏସଇପିଏର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ ଏ ସମ୍ପର୍କୀୟ ଏକ ଚିଠି (ନଂ୩୬୨୭) ଗଂଜାମ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲ।। ଜାତୀୟ ରାଜପଥ ଠାରୁ ଅଳ୍ପ ଦୂରରେ ଥିବା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ବିଲଡିଂରେ ଡିଇଓ ଅଫିସ ଚାଲିବ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଥିବା ଡିପିସି ବିଲଡିଂ କୁ ସ୍ଥାନାନ୍ତର ହେବ । ଏହି ପ୍ରସ୍ତାବ ସମ୍ପର୍କିତ ଚିଠି (ନଂ୧୨୧୯) ଗତ ୧୯ତାରିଖରେ ଜିଲ୍ଲପାଳଙ୍କ ପକ୍ଷରୁ ଓଏସଇପିର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପାଠାଯାଇଥିଲ।। ଡିଇଓ ଓ ଡିପିସି ଅଫିସ ଷ୍ଟାଫଙ୍କ ପାଇଁ କ୍ୱାର୍ଟର ବର୍ତ୍ତମାନର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନିର୍ମାଣ କରାଯିବ । ଏନେଇ ଏକ ପ୍ଲାନ ପ୍ରସ୍ୁତ ହୋଇଛି ।