ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

    0
    28

    ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା): ପ୍ରତ୍ୟେକ ଡାକ୍ତରଖାନାରେ ରୋଗୀ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରତିକ୍ଷା ଗୃହ କରାଯିବ । ଗୃହ ସହିତ ସଂଲଗ୍ନ ଶୈାଚାଳୟ ରହିବ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହେବ । ଏଥିରେ ଆବଶ୍ୟକୀୟ ପଙ୍ଖାର ବ୍ୟବସ୍ଥା ଓ ଟେଲିଭିଜନର ବ୍ୟବସ୍ଥା ରହିବ । ଗୃହ ଗୁଡିକୁ ଆକର୍ଷଣୀୟ ରଙ୍ଗ ଦିଆଯିବ ତତସହିତ ରୋଗୀ ମାନଙ୍କର ଯେଉଁ ସହଯୋଗୀ ମାନେ ଆସୁଛନ୍ତି ସେମାନଙ୍କ ପାଇଁ ବିଶ୍ରାମ ଗୃହ ହେବ । ଏହାର ରଙ୍ଗ ଆକର୍ଷଣୀୟ ସହିତ ଅନ୍ୟ ସୁବିଧା ଉପଲବ୍ଧ ରହିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଗଂଜାମ ଜିଲ୍ଲା ପାଳ ବିଜୟ ଅମୃତା କୁଲାଙ୍ଗେ ଏହା ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ପରିଷ୍କାର ପରିଚ୍ଛନ୍ନତା ଉପରେ ସର୍ବାଧିକ ଗୁରତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ଡାକ୍ତରଖାନାରେ ବର୍ଜ୍ୟବସ୍ତୁ ନିମନ୍ତେ ଅଲଗା ଅଲଗା ଧାରକ ପାତ୍ର ରହିବ । ଲୋକମାନେ ଏଥିରେ ବର୍ଜ୍ୟବସ୍ତୁ ପକାଇବା ପାଇଁ ସଚେତନ କରାଯିବ । ଡାକ୍ତରଖାନ ପରିସରରେ ଥିବା ଖାଲି ସ୍ଥାନ ମାନଙ୍କରେ ଫୁଲ ଗଛ ଲାଗାଯିବ । ସ୍ୱାସ୍ଥ୍ୟ ବିଭାଗର ନିର୍ମାଣାଧୀନ ଗୃହ ନିରୁପିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କୁହାଯାଇଛି । ପ୍ରତ୍ୟେକ ସ୍ୱାସ୍ଥ୍ୟ ବିଭାଗ ଅଟ୍ଟାଳିକା ଗୁଡିକରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ରହିବ । ବଡ ଅଟ୍ଟାଳିକା ଗୁଡିକୁ ସେଣ୍ଟ୍ରାଲ ଏରେକଡିସନ କରାଯିବ । ଚିକିତ୍ସାଳୟର ବାହ୍ୟ ଦୃଶ୍ୟ ପଟ୍ଟରେ ସମାନ ରଙ୍ଗ ରହିବ । ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାରେ ଥିବା ଔଦ୍ୟଗୀକ ସଂସ୍ଥା ମାନେ ସେମାନଙ୍କର ପାରିପାଶ୍ୱିକ ଉନ୍ନୟନ ପାଣ୍ଠି ବିନିଯୋଗ କରିବେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନ ଦାୟିତ୍ୱରେ ଥିବା ଅନ୍ୟାନ୍ୟ ଅଧିକାରୀ ନୀୟମିତ ବ୍ୟବଧାନରେ ଡାକ୍ତରଖାନା ଗୁଡିକୁ ପରିଦର୍ଶନ କରିବେ । ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଔଷଧ ଗୋଦାମ ଘର ପ୍ରତିଷ୍ଠା କରିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହଂଜିଳି ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବର୍ଦ୍ଧିତ କରାଯାଇ ନିର୍ମାଣ କାରଯାଉଥିବା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ ଜିଲ୍ଲା ପ୍ରକଳ୍ପ ପରିଚାଳକ ସ୍ୟାମ ସୁନ୍ଦର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

    LEAVE A REPLY

    Please enter your comment!
    Please enter your name here