ଆଦର୍ଶ ନାରୀ ସୁଷମା ଚାଲିଗଲେ

0
67


ଭୁବନେଶ୍ୱର (ଓବି ନ୍ୟୁଜ) ; ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ । ଦୀର୍ଘ ଦିନ ଧରି ଅସୁସ୍ଥ ଅବସ୍ଥାରେ ଥିବା ସୁଷମାଙ୍କ ୬୭ ବର୍ଷ ବୟସରେ ଗତକାଲି ରାତିରେ ହୃଦଘାତରେ ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଗତକାଲି ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଦଳର ବହୁ ବରିଷ୍ଠ ନେତା ସମେତ ବହୁ ରାଜନେତା ତାଙ୍କ ବାସଭବନ କୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ । ଆଜି ରାଷ୍ଟ୍ରପତି ରାମନାଥ ଗୋବିନ୍ଦ,ଉପରାଷ୍ଠ୍ରପତି ଭେଙ୍କିଆ ନାଇଡୁ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କ ଶୋକସମ୍ପତ୍ତ ପରିବାକୁ ସମବେଦନା ଜଣାଇଥିଲେ । ସୁଷମା ନିଜର ଅସୁସ୍ଥତା ଯୋଗୁଁ ଗତ ସାଧାରଣ ନିର୍ବାଚନ ଲଡି ନଥିଲେ । ପୂର୍ବରୁ ୭ ଥର ସାଂସଦ ହୋଇଥିବା ବେଳେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏପରିକି ୨୫ ବର୍ଷ ବୟସରେ ହରିୟାନା ରାଜ୍ୟର ମନ୍ତ୍ରୀ ମଧ୍ୟ ହୋଇଥିଲେ । ୧୯୯୮ ମସିହାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତାଙ୍କର ଦେହାନ୍ତରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ସାଢେ ୧୧ ଟାରେ ତାଙ୍କ ପାର୍ଥୀବ ଶରୀରକୁ ବିଜେପିର ମୁଖ୍ୟ କାର୍ଯ୍ୟାଳୟକୁ ନିଆଯିବା ପରେ ଅପରାହ୍ନରେ ଲୋଧୀ ରୋର୍ଡ ସ୍ଥିତ ଶ୍ମଶାନ ଘାଟରେ ଅନ୍ତେଷ୍ଠିକ୍ରିୟା ସମ୍ପନ୍ନ ହେବ ।

LEAVE A REPLY

Please enter your comment!
Please enter your name here