ନୂଆ କ୍ୟାପ୍ ନୂଆ ଯୋସରେ କ୍ଲିନ ଟିମ୍ ବ୍ରହ୍ମପୁର

    0
    71

    ବ୍ରହ୍ମପୁର(ଓବି ନ୍ୟୁଜ): ବ୍ରହ୍ମପୁର ସହରକୁ ସୁନ୍ଦର ଭାବେ ଗଢ଼ିବା ତୋଳିବା ଲକ୍ଷ୍ୟରେ ଟିମ୍ କ୍ଲିନସିଟି ପକ୍ଷରୁ ଆରମ୍ଭ ହୋଇଥିବା ନିଆରା ପ୍ରୟାସ ବା ଅଭିଯାନକୁ ଇତିମଧ୍ୟରେ ପୁରିଯାଇଛି ଦୀର୍ଘ ଏକ ମାସ । ମଙ୍ଗଳବାର ଟିମ୍ର ସଦସ୍ୟମାନେ ବର୍ଷା ସତ୍ୱେ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରୁ ଖୋଡ଼ାସିଙ୍ଗି ପର୍ଯ୍ୟନ୍ତ ପୋଷ୍ଟର ଚିରିଥିଲେ । ପରେ ଟିମ୍ର ସଦସ୍ୟମାନେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତୀ ସିଂ ରାଠୋରଙ୍କ ସହ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ ଆଲୋଚନା କରିଥିଲେ । ଦୀର୍ଘ ଏକମାସର ଅଭିଜ୍ଞତା ଓ କିଛି ନୂଆ ପ୍ରସ୍ତାବକୁ ସଦସ୍ୟମାନେ କମିଶନରଙ୍କୁ ସେୟାର କରିଥିଲେ । ଟିମର କାର୍ଯ୍ୟକୁ କମିଶନର ଭୂୟସୀ ପ୍ରଶଂସା କରିବା ସହ ଏହାକୁ କିଭଳି କଡ଼ାକଡ଼ି ଲାଗୁ କରାଯିବ, ସେ ନେଇ ନିଜ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଟିମ୍ ପକ୍ଷରୁ ସ୍ୱତନ୍ତ୍ର ଲୋଗୋ ଥିବା କ୍ୟାପକୁ କମିଶନରଙ୍କ ଦ୍ୱାରା ଉନ୍ମୋଚନ କରାଯାଇ ସଦସ୍ୟମାନଙ୍କ ମଧ୍ୟରେ ବଂଟନ କରାଯାଇଥିଲା । ଏହି ଅଭିଯାନକୁ ଆଗାମୀ ଦିନରେ ଜାରି ରଖାଯିବା ସହ ଅଧିକ ତ୍ୱରାନ୍ୱିତ କରାଯିବା ନେଇ ଟିମ କ୍ଲିନ ସିଟି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

    LEAVE A REPLY

    Please enter your comment!
    Please enter your name here