ଅଚାନକ ସ୍କୁଲ ପରିଦର୍ଶନ କରି ଜିଲ୍ଲାପାଳ ପଢ଼ାଇଲେ ପାଠ

0
132

ସୋନପୁର(ଓବି ନ୍ୟୁଜ)(ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ପାଲ ମନିଷା ବାନାର୍ଜୀ ଅଚାନକ ସଦର ଜିଲ୍ଲା ସଦର ସାଗରପାଲି ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ରେ ଯାଇ ପହଂଚିବା ପରେ ସିଧାସଳଖ ଶ୍ରେଣୀ ଗୃହରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଓ ପରେ ଗଣିତ ଓ ବିଜ୍ଞାନ ବିଷୟ ପଢ଼ାଇଥିଲେ । ଜିଲ୍ଲାପାଳ ସହ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶରତ ପଣ୍ଡା ମଧ୍ୟ ଛାତ୍ରଛାତ୍ରୀଙ୍କୁ ଇତିହାସ ପଢାଇଥିଲେ । ପରେ ବିଦ୍ୟାଳୟ ପରିସରରେ ୫ଲକ୍ଷ ବ୍ୟୟରେ ନିର୍ମାଣ ଚାଲିଥିବା ଶ୍ରେଣୀ ଗୃହ କାର୍ଯ୍ୟର ଅଗ୍ରଗତିି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଠିକ ସମୟ ଭିତରେ ତାହା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେବାସହ ବିଦ୍ୟାଳୟ ପରିସରରେ ଚାରାରୋପଣ କରି ସୁନାଗରିକ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବନଖଣ୍ଡ ଅଧିକାରି ସୁଶାନ୍ତ ସାମନ୍ତରାୟ ଓ ବିଡିଓ ରବୀନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here