ଅନ-ଷ୍ଟେରିଓ ଟାଇପିଙ୍ଗ କର୍ମଶାଳା

0
103

ପାରଳାଖେମୁଣ୍ଡି(ଓବି ନ୍ୟୁଜ)(ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନାଓ ଏବଂ ମହିଳା ବିକାଶ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟ ରେ, ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆ ସହାୟତାରେ , ଲିଙ୍ଗଗତ ସମାନତା ଦିଗରେ ସମାଜର ଯୁବପିଢି ଙ୍କୁ ପ୍ରୋତ୍ସାହିତ କରିବା ପାଈଁ ” ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ସମ୍ପର୍କିତ ସଚେତନତା କର୍ମଶ।ଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟତଃ ସିନେମାରେ କିଭଳି ଭାଷା-ଚିତ୍ର ସବୁ ଗତାନୁଗତିକ ଭାବେ ବ୍ୟବହାର ହୋଇ ତାହା ସମାଜରେ ଏକ କୂ-ପ୍ରଭାବ ପକାଉଛି ଏବଂ ସମାଜରେ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ଯେଉଁ ସବୁ ଭେଦ-ଭାଵ ରହିଛି , ତାକୁ କିଭଳି ସମାନ ସ୍ତରକୁ ଅଣା ଯାଇପାରିବ, ସେ ଦିଗରେ ଯୁବପିଢି ମାନଙ୍କୁ ସଚେତନ କରାଇବା- ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ ।
ଏହି ଅବସରରେ , ମହିଳା ବିକାଶ ପ୍ରତିଷ୍ଠାନର ସମ୍ପାଦିକା ମିନତି ପାଢିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶ୍ୱାଳା ରେ ଗଜପତି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ଅଜୟ କୁମାର ତ୍ରିପାଠୀ ଯୋଗଦେଇ ,ସାମାଜିକ୍ ପ୍ରକ୍ରିୟା ମଧ୍ୟରେ ନାରୀ ଓ ପୁରୁଷ ସମାଜର ଏକ ବର୍ଦ୍ଧିତ ପରମ୍ପରା ମଧ୍ୟରେ ରହିଥିବା ଦୁଇଟି ଅଙ୍ଗ । ଏହି ଦୃଷ୍ଟିରୁ ନାରୀ ଓ ପୁରୁଷ ମାନଙ୍କ ମଧ୍ୟରେ ସମାନତା ରହିବା ନିହାତି ଆବଶ୍ୟକତା ରହିଛି ।
ଆମେ ସାମାଜିକ ସ୍ତରରେ ନାରୀ ଓ ପୁରୁଷକୁ ସମାନ ଦୃଷ୍ଟିରେ ଦେଖିଲେ ମଧ୍ୟ ଆମେ କେଉଁଠି ନା କେଉଁଠି ତାହାକୁ ମାନସିକ ସ୍ତରରେ ଗ୍ରହଣ କରି ପାରୁନୁ । ନାରୀକୁ ତାର ସାମାଜିକ ସ୍ତରରେ ସୁରକ୍ଷିତ କରିବା ପାଇଁ ଅତୀତରୁ ହିଁ ଅନେକ ଆନ୍ଦୋଳନ ଆରମ୍ଭ କରାଯାଇଛି ଏବଂ ଏ ଦିଗରେ ଅନେକ ସଚେତନତା ସୃଷ୍ଟି ମଧ୍ୟ କରାଯାଇଛି । ଏମିତିକି , ନାରୀ ବାଲ୍ୟ-ବିବାହ ବିରୋଧରେ ସ୍ୱର ଉତ୍ତୋଳନ , ବିଧବା ପୁନଃବିବାହ ଏବଂ ନାରୀଶିକ୍ଷା , ଏଭଳି ଅନେକ ପଦକ୍ଷେପ-ମାନ ଗ୍ରହଣ କରାଯାଇଛି , ହେଲେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବାନ୍ଧି ହୋଇ ସେମାନେ ନିର୍ଯ।ତିତ ଓ ନିଷ୍ପେସିତ ହୋଇ ରହୁଛନ୍ତି । ତେଣୁ, ସମାଜରେ ଯେଉଁ ଯୁବପିଢି ରହିଛନ୍ତି ,ଏ ଦିଗରେ ସେମାନେ ଆଗକୁ ବଢ଼ି କିଭଳି ନେତୃତ୍ୱ ନେଇ ଏଭଳି ହିଂସାକୂ ସବୁ ସ୍ତରରେ ବିରୋଧ କରିବା ସହ ଲିଙ୍ଗଗତ ସମାନତା ଦିଗରେ ସଚେତନ ହେବେ , ସେଥି ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସ୍ଥିତ ଅକ୍ସଫାମ୍ ଇଣ୍ଡିଆର ଆଫସନାଁ ବେଗମ୍ ,ମହାବିଦ୍ୟାଳୟର ଅଧ୍ୟାପକ ଚନ୍ଦ୍ର ଶେଖର ଦାସ , ଜିଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ମହିଳା ହିଂସା ଓ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରତିଷ୍ଠାନର ସଂଯୋଜକ ନଟବର ପାଢ଼ୀ ଯୋଗଦେଇ ସ୍ବାଗତ ଭାଷଣ ଦେବା ସହ କାର‌୍ୟ୍ୟକ୍ରମର ପ୍ରାରମ୍ଭିକ ସୁଚନା ଦେଇ ଆଭିମୁଖ୍ୟ ଉପରେ କହିଥିଲେ । ମହିଳା ସହାୟତା କେନ୍ଦ୍ରର ପରାମର୍ଶିକା ଶିଲି ପରିଡା ଯୋଗ ଦେଇ ସମସ୍ତ କାର‌୍ୟ୍ୟକ୍ରମକୁ ପରିଚାଳନା କରି ଅନ-ଷ୍ଟେରିଓ ଟାଇପିଙ୍ଗ ସିନେମା ର ଭାଷା-ଚିତ୍ର ସବୁ ଗତାନୁଗତିକ ସମାଜରେ କିଭଳି କୂ-ପ୍ରଭାବ ପକାଇଥାଏ ଏବଂ ଲିଙ୍ଗଗତ ସମାନତା ର ବିଭିନ୍ନ ଦିଗ ଉପରେ ବୁଝାଇଥିଲେ ।
ଏହି କାର୍ଯ୍ୟକ୍ରମ ନାରୀ ହିଂସା ,ନାରୀ-ସୁରକ୍ଷା ଓ ସିନେମାର ଭାଷା-ଚିତ୍ର ର ବ୍ୟବହାର ସବୁ ସମାଜରେ କିଭଳି କୁ-ପ୍ରଭାବ ପକାଉଛି , ସେ ସମ୍ପର୍କରେ ଏକ ଭିଡିଓ- ଶୋ ପ୍ରଦର୍ଶନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here