କାମରେ ଆସିଲାନି ସ୍ୱାସ୍ଥ୍ୟ କାର୍ଡ଼

0
43

ବେଗୁନିଆପଡ଼ା(ଓବି ନ୍ୟୁଜ)(ଗାୟତ୍ରୀ ଦେବୀ): ବେଗୁନିଆପଡ଼ା ବଜାରର କାଳିଆ ସେଲୁନ୍ କହିଲେ ବିନୋଦ ଙ୍କୁ ସମସ୍ତେ ଖୋଜନ୍ତି । ବ୍ୟବହାର ଯେମିତି ସେବା ବି ଦିଅନ୍ତି ସେମିତି । ସମସ୍ତଙ୍କର ପ୍ରିୟପାତ୍ର ବିନୋଦଙ୍କ ଅବସ୍ଥା ଏବେ ଗୁରୁତର । ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଇ ପଞ୍ଚାୟତର ଦେଉଳିଆ ପଡା ଗ୍ରାମର ବିନୋଦ ଡାକୁଆ ୪୦)। ଏକ ବର୍ଷ ତଳେ ସେଲୁନ୍ ରେ କାମ କରୁକରୁ ହଠାତ୍ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇ ଆଉ କମି ନଥିଲା । ପ୍ରଥମେ ବ୍ରହ୍ମପୁର ରେ ଚିକିତ୍ସା ହେବା ପରେ ଜଣାପଡ଼ିଲା ସେ ବ୍ରେନ ଟ୍ୟୁମର ରେ ଆକ୍ରାନ୍ତ । ପାଦ ଖସିଗଲା ପରିବାର ଲୋକଙ୍କର । ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ସେଠାରେ ମୁଣ୍ଡରେ ଅସ୍ତ୍ରୋପଚାର କରିବା ପରେ ସେଠାରୁ ଆସି କଟକ ଯାଇଥିଲେ । ସ୍ୱାସ୍ଥ୍ୟ କାର୍ଡରେ ନାମ ଭୁଲ ଥିବା ଯୋଗୁଁ ଶେଷରେ ପଇସା ବାନ୍ଧି ଚିକିତ୍ସା ହେବାକୁ ବାଧ୍ୟ ହେଲେ । ଘରେ ଭିନ୍ନକ୍ଷମ ବୁଢ଼ା ବାପା, ମା, ପତ୍ନୀ ଓ ଦୁଇ ଝିଅ ଆଶା ଓ ଶୁଭଲକ୍ଷ୍ମୀ । ଦୁଇ ଭାଇ ବର୍ତ୍ତମାନ୍ ସେହି ସେଲୁନ୍ ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରେ ୧୧ ଜଣ ପରିବାର ସଦସ୍ୟ ଙ୍କୁ ପେଟ ପୋଷାଯାଏ । ଜମି ବାଡି କିଛି ନଥିବାରୁ ଘରେ ଚଳିବା ବହୁତ୍ କଷ୍ଟ ହୋଇପଡିଛି । ବିନୋଦ ଏବେ ସମ୍ପୂର୍ଣ୍ଣ ଶଯ୍ୟାଶାୟି । କାହାରିକୁ ଆଉ ଚିହ୍ନିପାରିନାହାନ୍ତି । କେବଳ କେହି ଗଲେ ଆଖିରୁ ଲୁହ ଗଡ଼ାଉଛନ୍ତି । ତାଙ୍କ ପତ୍ନୀ ଓ ଭାଇ ପାଖାପାଖି ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୟାନ୍ତ ହେବା ପରେ ଏବେ ସରକାରୀ ସହାୟତା କୁ ଚାହିଁ ବସିଛନ୍ତି । ଘରେ ଦୁଇ ଝିଅ ଙ୍କ ଆକୁଳ ନିବେଦନ ଯେ ତାଙ୍କ ବାପାଙ୍କୁ ବଞ୍ଚ।ନ୍ତୁ । ବିନୋଦଙ୍କୁ ସରକାର ସାହାଯ୍ୟ କରିବା ପାଇଁ ତାଙ୍କ ପତ୍ନୀ, ଭାଇ, ବାପା ଓ ମା ସମେତ ସମସ୍ତ ପରିବାର ସଦସ୍ୟ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here