ଜୁନାଗଡ଼ (ବିମଳ ଚନ୍ଦର ଶତପଥୀ): ଶିଶୁ ନିର୍ଯ୍ୟାତନା କିପରି ରୋକାଯାଇପାରିବ ତାକୁ ଆଖି ଆଗରେ ରଖି ସରକାର ଏହି ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଜୁନାଗଡ଼ ଟାଉନ ହଲ ଠାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ,ନାବାଳିକ ଛାତ୍ର ଛାତ୍ରୀ ମାନଙ୍କୁ ଏକାଠି କରି ଜୁନାଗଡ ଆଇ ଆଇ ସି ପ୍ରଭାତ କୁମାର ସେଠୀ ଏସଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ଏଡିସନାଲ ଡିଏସପି ଗୋପିନାଥ ମଣି ପାତ୍ର, ଡିସିପିଓ ଶିଶୁ ମାନଙ୍କ କିପରି ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ସେ ବିଷୟରେ ଆଲୋଚନା କରିଥିଲେ। ସଭାଟିକୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଶୃଙ୍ଖଳା ର ସହିତ ଚଳାଇଥିଲେ। ଶିଶୁ ଚାଲାଣ, ଶିଶୁ ଯୈ।ନ, ଶିଶୁ ନିର୍ୟ୍ୟାତନା କିପରି ରୋକାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ଯଦି କୌଣସି ଯାଗାରେ ଏପରି ଖବର ଆସେ ପୋଲିସ କୁ ତୁରନ୍ତ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ତେବେ ଅନେକ ସ୍ଥାନରେ ଅନ୍ୟାୟ ରୋକାଯାଇପାରିବ ବୋଲି ମତ ଦେଇଥିଲେ ।