ମନ୍ତ୍ରୀଡ଼ିରେ ଭୁଷୁଡ଼ିଗଲା ବଜାର ଗୃହ

0
73

ରଙ୍ଗେଇଲୁଣ୍ଡା(ଓବି ନ୍ୟୁଜ) (ଟୁଟୁ ମହାପାତ୍ର) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମନ୍ତ୍ରୀଡ଼ି ଭୈରବୀ ନିକଟରେ ଅଧନିର୍ମିତ ବିଜୁ କୃଷକ ବଜାର ଗୃହ ଭୁଷୁଡ଼ି ପଡ଼ିଛି । ୧୦ଟି ଗୃହ ମଧ୍ୟରୁ ୭ଟି ସଂପୂର୍ଣ୍ଣ ମାତ୍ରାରେ ଭୁଷୁଡ଼ି ପଡ଼ିଥିବା ଜଣାପଡ଼ିଛି । ନିମ୍ନମାନର କାମ ହୋଇଥିବା ସହ ଅଳ୍ପ ବର୍ଷାରେ ଭୁଷୁଡ଼ି ପଡ଼ିଥିବାର ଅଭିଯୋଗ ହୋଇଛି । ଯାହା ଫଳରେ ଆଜି ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ବିଡ଼ିଓ କୁମାର ନାଗଭୂଷଣ ଓ କନିଷ୍ଠ ଯନ୍ତ୍ରୀ ପହଂଚି ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here