ଅଧ୍ୟକ୍ଷ ଅମୂଲ୍ୟ ଦାଶଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0
129

ବେଲଗୁଣ୍ଠା(ଓବି ନ୍ୟୁଜ)(ସନ୍ତୋଷ ବିଷୋୟୀ): କ୍ଷତ୍ରୀୟବରପୁର ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବୃନ୍ଦ ସ୍ତବ୍ଧ ହୋଇଯାଇଥିଲେ । ଦ୍ୱାଦଶାହ ଦିନ ମହାବିଦ୍ୟାଳୟ ପରିସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ସଭାପତି ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ସ୍ମୃତିଚାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାଧ୍ୟାପକ ବି.ଗୋବିନ୍ଦ ରାଓ ସଂଯୋଜନା କରିଥିଲେ । ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଆଳତିଆ, ଗଙ୍ଗାଧର ଦାସ, ଚାନିବାଳା ତ୍ରିପାଠୀ, ଡ.ରାମପ୍ରସାଦ ପଣ୍ଡା, ଡ.ପ୍ରଦୀପ କୁମାର ତ୍ରିପାଠୀ, ଛାତ୍ରୀ ତୃପ୍ତିମିତ୍ରା ରଥ, ରୂପାଲି ଗୌଡ଼, ସୁରଭି ବେହେରା ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ରାଜେନ୍ଦ୍ର ଡାକୁଆ, ବିଷ୍ଣୁପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ସ୍ୱରୁପା ବିଶ୍ୱାଳ, କପିଳ ସାହୁ, ପିଙ୍କି ପଲାଇ, ଭାରତୀ ବିଶ୍ୱାଳ, ବିବେକାନନ୍ଦ କର ତଥା ଅନ୍ୟାନ୍ୟ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here