ବର୍ଷାରେ ବେହାଲ୍ ବ୍ରହ୍ମପୁର

0
87

ବ୍ରହ୍ମପୁର (ଓବି ନ୍ୟୁଜ)(ଅମର କୁମାର ଦାଶ) : ସୋମବାର ରାତିରୁ ଲଘୁଚାପ ବର୍ଷା ଆରମ୍ଭ ହୋଇ ମଙ୍ଗଳବାର ଓ ବୁଧବାର ଦିନ ତମାମ ଢାଳି ଚାଲିଛି । ଫଳରେ ରେଶମ ସହରର ଅନେକ ସ୍ଥାନ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଥିବା ଦେଖିବାକୁ ମିଳିିଛି । ନାଳରେ ପାଣି ନିଷ୍କାସିତ ହୋଇପାରୁନଥିବା ହେତୁ ରାସ୍ତାରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଗଜପତି ନଗର, ନିଳାଂଚଳ ନଗର, ଧର୍ମ ନଗର, ନୀଳକଣ୍ଠ ନଗର, ପ୍ରେମ୍ ନଗର, ଆଙ୍କୁଲି, ଲୋଚାପଡ଼ା ରୋଡ଼, ରେଡ଼ିଓ ଷ୍ଟେସନରେ ଆଦି ସ୍ଥାନରେ ଲୋକେ ପାଣି ମଧ୍ୟରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି ।
ୱାଡ୍ ନଂ ୩୩ ଅନ୍ତର୍ଗତ ଗଜପତି ନଗର ତୃତୀୟ ଓ ଷଷ୍ଠ ଗଳିରେ ଦୀର୍ଘ ଦିନ ଧରି ନାଳ ସଫା କରୁନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ଫଳରେ ମୁଖ୍ୟ ନାଳରେ ପାଣି ଉଛୁଳୁଛି । ଅନେକ ସାହିରେ ପାଣି ଭାସିବା ସହ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି । ଫଳରେ ବହୁ ସମସ୍ୟା ସୃଷ୍ଟି ହେବା ସହ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ପ୍ରଭାବିତ ହେଉଛି । ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ କେଉଁଠି ଦୋକାନ ଗୃହ ଭାଙ୍ଗି ଯାଇଛି ତ ଆଉ କେଉଁଠି ଗାଁ ଭିତରେ ପାଣି ପଶିଯାଇଛି । ତେବେ ଜମିକୁ ପାଣି ମିଳିଥିବାରୁ ଚାଷୀକୁଳ ଆଶ୍ୱସ୍ଥ ଅନୁଭବ କରିଛନ୍ତି ।

LEAVE A REPLY

Please enter your comment!
Please enter your name here