ପାରଳାଖେମୁଣ୍ଡି(ଓବି ନ୍ୟୁଜ)(କୃଷ୍ଣ ବେହେରା): ଆସନ୍ତା ୨୩ ତାରିଖ ଦିନ ଜନ୍ମାଷ୍ଟମୀ ବା ନନ୍ଦ ଉତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ କୀର୍ତନ ମଣ୍ଡଳୀ ତରଫରୁ ଅନ୍ୟ ଦୁଇ କୀର୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରି ସହର ପରିକ୍ରମା କରିବା ପାଇଁ ନିଷ୍ପତି ହୋଇଛି । ଏହି କାର୍ଯ୍ୟକ୍ରମକୁ ଡ.ତିରୁପତି ପାଣିଗ୍ରାହୀଙ୍କୁ ନିମନ୍ତ୍ରଣ କରିବା ପାଇଁ ମା’ଫୁଲସୁନ୍ଦରୀ କୀର୍ତନ ମଣ୍ଡଳୀର ସଭାପତି ମଧୁ ବେହେରା ଜଣାଇଛନ୍ତି । ରାଜ୍ୟସ୍ତରୀୟ ନାମ ସଂକୀର୍ତନ ମଣ୍ଡଳୀରେ ମା ଫୁଲସୁନ୍ଦରୀ କୀର୍ତନ ମଣ୍ଡଳୀକୁ ପଂଜୀକୃତ କରାଯାଇଛି । ଏହାର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦତ କରାଗଲା । ସଭାଶେଷରେ ସମସ୍ତ ସଭ୍ୟଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୌରପରିଷଦ ପୂର୍ବତନ ଉପାଧ୍ୟକ୍ଷ ଅଭି ପଣ୍ଡା, ବରିଷ୍ଠ ନେତା ବିଜୟ ପ୍ରଧାନ, ସାମ୍ବାଦିକ କୃଷ୍ଣ ବେହେରା ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।