ପାରଳା କଲେଜରେ ଆନ୍ଦୋଳନ

0
41

ବ୍ରହ୍ମପୁର(ଓବି ନ୍ୟୁଜ) : ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଥିବା ପାରଳା ଇଂଜିନିୟରିଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ପୂରଣ ନେଇ ଶ୍ରେଣୀ ବର୍ଜନ କରିବା ସହ ଫାଟକ ନିକଟରେ ସ୍ଲୋଗାନ୍ ଦେଇଛନ୍ତି । ସେମାନଙ୍କ ଦାବି ସଂପର୍କରେ ପୂର୍ବରୁ ବାରମ୍ବାର କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏସବୁ ପୂରଣ ହୋଇନଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କଲେଜ କର୍ତୃପକ୍ଷ କହିଛନ୍ତି । ଗତକାଲି ଏକ ଛାତ୍ରାବାସରେ ସିଲିଣ୍ଡରଜନିତ ଦୁର୍ଘଟଣା ଘଟି ୪ଜଣ ଆହତ ହୋଇଥିଲେ । ତାକୁ ନେଇ ଆଜି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବା ସହ ହଷ୍ଟେଲରେ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here